Advertisment

ପିଇବା ପାଣି ପାଇଁ ଡହଳ ବିକଳ ସ୍ଥିତି: ନଳକୂପ ଥାଇ ବି ପାଣି ବାହାରୁନି

ଗୋଟିଏ ପଟେ ସାରା ରାଜ୍ୟରେ ତାତି ବଢିବାରେ ଲାଗିଛି ଆଉ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଇବା ପାଣିର ସମସ୍ୟା।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Water Scarity on Odisha

କାଦୁଅ ଭରା ପୋଖରୀ। ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା ବାଲଟିରେ ପାଣି ସଂଗ୍ରହ କରୁଛନ୍ତି ମହିଳା। ଏହି ଦୃଶ୍ୟ ହିଁ ସ୍ପଷ୍ଟ କରୁଛି ପାଣି ପାଇଁ କେମିତି ଡହଳ ବିକଳ ହେଉଛନ୍ତି ଲୋକେ। କେନ୍ଦୁଝର ପାଟଣା ବ୍ଲକ ଜଡିଚାତର ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । 

Advertisment

୫ଶହରୁ ଅଧିକ ଲୋକ ରହୁଥିବା ଏହି ଗାଁରେ ରହିଛି ଦୁଇଟି ନଳକୂପ। ଗୋଟିଏରୁ ପାଣି ବାହାରୁନି, ଅନ୍ୟଟିରେ ବାଲଟିଏ ପାଣି ପାଇଁ ଜଗିବାକୁ ପଡୁଛି ଘଣ୍ଟା ଘଣ୍ଟା ସମୟ। ଗାଁର ପୋଖରୀ ସବୁ ଶୁଖି ଆଁ କଲାଣି। ବାଧ୍ୟ ହୋଇ ଦୁଇ କିଲୋମିଟର ଦୂର କାଦୁଅ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ। ପିଇବା ପାଣି ପାଇଁ ସରପଞ୍ଚଙ୍କ ଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ବି ସମସ୍ତେ ଯେପରି ନିଦା ବିଷ୍ଣୁ ସାଜିଛନ୍ତି।

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜଧାନୀ : ହେଲେ ସବୁ ଅଚଳ ୱାଟର ଏଟିଏମ

ମୋହନାରେ ସମାନ ଦୃଶ୍ୟ । ଏପଟେ କେବେ ଶୁଖୁନଥିବା କୂଅରେ, ଏବର୍ଷ ଖରାଦିନ ଆରମ୍ଭରୁ ଆଉ ପାଣି ନାହିଁ। ଗରାଏ ପାଣି ପାଇଁ ନିଇତି ସଂଘର୍ଷ କରିବାକୁ ପଡୁଛି ଗାଁର ପ୍ରାୟ ୨୫ଟି ପରିବାରକୁ। ତେବେ ପିଇବା ପାଣିର ଏହି ସମସ୍ୟା ବର୍ଷ ବର୍ଷର ବୋଲି କହିଛନ୍ତି ଗଜପତି ମୋହନା ପଂଚାୟତର ଗୁଣ୍ଡ୍ରିଗୁଡା ଗ୍ରାମବାସୀ। ସେମାନେ ଚେତାବନୀ ଦେଇଛନ୍ତି, ପାଣି ସୁବିଧା ନକଲେ ଏଥର ଭୋଟ୍ ବର୍ଜନ କରିବେ।

Advertisment

ତତଲା ସହର ତାଳଚେର ରେ ବି ପିଇବା ପାଣି ମୁନ୍ଦେ ପାଇଁ ଲୋକେ ଡହଳ ବିକଳ । ସ୍ଥାନୀୟ ଗୁରୁଜାଙ୍ଗ ଗାଁରେ ୫ହଜାରରୁ ଅଧିକ ଲୋକ ରହୁଥିବା ବେଳେ ସୁଧୁରିବାର ନାଁ ନେଉନି ପିଇବା ପାଣିର ସମସ୍ୟା । ଏମସିଏଲ୍ ଦ୍ବାରା ନିର୍ମିତ ପାନୀୟ ଜଳ ମେଗା ପ୍ରୋଜେକ୍ଟକୁ ଗାଁର କିଛି ମୁଷ୍ଟିମେୟ ଲୋକ ତାଲା ପକାଇ ଦେଇଥିବାରୁ ପାଣି ପାଇଁ ଛଟପଟ ହେଉଛନ୍ତି ଲୋକେ। ଏସମ୍ପର୍କରେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଉପଜିଲ୍ଲାପାଳ। 

କେବଳ ଗାଁ ଗଣ୍ଡା କାହିଁକି, ସହରରେ ବି ପିଇବା ପାଣିର ଉତ୍କଟ ସ୍ଥିତି । ସାହି ସାହିରେ ପାଇପ ସଂଯୋଗ ହୋଇଛି, ଟ୍ୟାପ ଲାଗିଛି, ହେଲେ ପାଣିର ନାଁ ଗନ୍ଧ ନାହିଁ। ବାରିପଦା ସହର ୱାର୍ଡ ନମ୍ବର ୨୬ ଭୁଗୁଡାକଟା ଅଂଚଳବାସୀଙ୍କ ଅଭିଯୋଗ, ପାଖାପାଖି ମାସେ ହେଲାଣି ପାଣି ଆସୁନି। ଏନେଇ ମ୍ୟୁନିସପାଲଟି ଜନସ୍ବାସ୍ଥ୍ୟ ବିଭାଗ ପାଖରେ ବାରମ୍ବାର ଅଭିଯୋଗ କରାଯାଇଛି, ହେଲେ କୌଣସି ସୁଫଳ ମିଳିନି। 

Water Crisis Water Scarcity Drinking Water
Advertisment
Advertisment