• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆନନ୍ଦପୁର ହସ୍ପିଟାଲରେ ପଡ଼ି ରହିଛି ଛାତ୍ରୀଙ୍କ ଶବ । ପୋଷ୍ଟମର୍ଟମ ଝମେଲା ପାଇଁ କାଲିଠୁ ଛାତ୍ରୀଙ୍କ ଶବ ପଡ଼ି ରହିଥିବା ଜଣାପଡ଼ିଛି । ଅଷ୍ଟମରେ ପଢୁଥିବା ଆଦିବାସୀ ଛାତ୍ରୀଙ୍କ ଶବ ପୋଷ୍ଟମର୍ଟମ ହୋଇପାରୁନଥିବାବେଳେ ମହିଳା ଡାକ୍ତର ନଥିବାରୁ ଆନନ୍ଦପୁର ମେଡିକାଲରେ ଶବ କାଲିଠୁ ପଡ଼ିଛି ବୋଲି କୁହାଯାଉଛି । ସୂଚନା ଅନୁସାରେ ବାରିଆ ଥାନାଞ୍ଚଳର ଛାତ୍ରୀ ଜଣକ ହସନପୁରସ୍ଥିତ ସେବାଶ୍ରମରେ ପଢୁଥିଲେ । ତାଙ୍କୁ ଟିବି ହୋଇଥିଲା ।

ଟିବିରେ ଆକ୍ରାନ୍ତ ହେବାପରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଛାତ୍ରୀଙ୍କର ଗତକାଲି ଆନନ୍ଦପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ପରେ ଘଟଣାକୁ ନେଇ ଅପମୃତ୍ୟୁ ମାମଲା କହି ଶବକୁ ଜବତ କରିଥିଲା ରାମଚନ୍ଦ୍ରପୁର ପୋଲିସ । ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ ପାଇଁ ଆନନ୍ଦପୁର ପଠାଇଥିଲା । ମହିଳା ଡାକ୍ତରଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ଲେଖିବାରୁ ବଢ଼ିଥିଲା ଅଡୁଆ ।

ଆନନ୍ଦପୁର ମେଡିକାଲରେ ମହିଳା ଡାକ୍ତର ନଥିବାରୁ ପୋଷ୍ଟମର୍ଟମ ହୋଇପାରିନଥିଲା । ତେବେ ଶବ ନେବାକୁ ଗତକାଲିଠାରୁ ଆସି ହନ୍ତସନ୍ତ ହେଉଛନ୍ତି ମୃତ ଛାତ୍ରୀଙ୍କ ସଂପର୍କୀୟ । ମୃତ ଛାତ୍ରୀଙ୍କ ବାପା, ମାଆ ନଥିବାରୁ ସାନ ଭଉଣୀ ଅନେକ ହଇରାଣ ହେଉଛନ୍ତି । ହେଲେ ଏଯାଏଁ ମୃତ ଛାତ୍ରୀଙ୍କ ସାନ ଉଭଣୀ ତାଙ୍କ ବଡ଼ ଭଉଣୀର ମୃତଦେହକୁ ନେଇପାରିନାହାନ୍ତି ।

(ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ)