• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଃ.. କି ଗରମ.. ! ଖରାରେ ଆଉଟୁପାଉଟୁ ସାରା ରାଜ୍ୟ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ..। ସବୁଠି ଖରା, ସବୁଠି ତାତିର ଦାଉଜ । ଗଲା ସପ୍ତାହେ ଧରି ସାରା ରାଜ୍ୟରେ ଏବେ ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆଜି ବି ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀକୁ ପାର କରିଛି । ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୨.୬ ଡିଗ୍ରୀ ରହିଛି ପାରଦ ।

୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହରର ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ୮ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲା କୁ ଦୁଇ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୧ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବନି । ଏହି ସମୟରେ ଗୁଳୁଗୁଳି ସହ ଗରମ ଅଧିକ ଅନୂଭବ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୨୧ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ଆସିପାରେ । କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ରହିଛି ତାପମାତ୍ରା।

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା

ଝାରସୁଗୁଡା: ୪୨.୬ ଡ଼ିଗ୍ରୀ

ଭୁବନେଶ୍ୱର: ୪୨.୨ ଡ଼ିଗ୍ରୀ
ସମ୍ବଲପୁର: ୪୨.୨ ଡ଼ିଗ୍ରୀ
କେନ୍ଦୁଝର:୪୧.୦ ଡ଼ିଗ୍ରୀ
ହୀରାକୁଦ: ୪୧.୦ ଡ଼ିଗ୍ରୀ
ଚାନ୍ଦବାଲି: ୪୦.୮ଡ଼ିଗ୍ରୀ
ବାଲେଶ୍ୱର: ୩୫.୮ ଡ଼ିଗ୍ରୀ
ପୁରୀ: ୩୪.୫ ଡ଼ିଗ୍ରୀ
ଗୋପାଳପୁର:୩୩.୬ ଡ଼ିଗ୍ରୀ
ପାରାଦୀପ:୩୨.୮ ଡ଼ିଗ୍ରୀ