୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।
ଏ ଦୃଶ୍ୟ ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ । ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡେଇ ନେଇଥିଲା।
ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।
ଚାକିରି ଦେବା ନାଁରେ ଠକୁଥିବା ଜଣେ ନକଲି ପୋଲିସ୍ ଅଫିସର୍ଙ୍କୁ ପୋଲିସ୍ ଗିରଫ କରିଛି। ପୋଲିସ୍ ବିଭାଗରେ ଚାକିରି ଦେବାର ଲୋଭ ଦେଖାଇ ସୁଜିତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।
ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଋଣ ଭାର ସହି ନପାରି ଜଣେ ଟ୍ରକ୍ ମାଲିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଟ୍ରକ୍ରୁ କୌଣସି ରୋଜଗାର ହୋଇ ନ ପାରିବାରୁ ସେ ଚାପରେ ଥିଲେ।
ଦାଶ ପରିବାରର କିଛି ସଦସ୍ୟ ପ୍ରଥମେ ପ୍ରଣବଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ଭୟରେ ପ୍ରଣବ ଘରେ ପଶି ଯାଇଥିଲେ ।
ଆସନ୍ତା ୨ ତାରିଖରୁ ଅର୍ଥାତ୍ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି ।
ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ। ପ୍ରତି ପିଲା ପିଛା ଆଦାୟ ହେଉଥିଲା ୩ ଶହ ଟଙ୍କା । ତେଲକୋଇର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି।
ଆଗ ପଛ ହୋଇ ଜଣଙ୍କ ପରେ ଜଣେ ଶିଶୁଙ୍କ ପ୍ରାଣହାନୀ । ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ଅଭିଯୋଗ, ପିଲାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳା ଦାୟୀ ।
ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ।
କେନ୍ଦୁଝର ନୟାକୋଟ କେନ୍ଦୁଘାଟି ନଦୀ ଘାଟରେ ଅଘଟଣ । ନଦୀ ସୁଅରେ ପୁଅ ଆଖି ଆଗରେ ଭାସିଗଲେ ବାପା ।
KVK ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ।
ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିୟମିତ ମଦ୍ୟପାନ କରି ସ୍କୁଲ୍ ଆସି ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିଥାନ୍ତି। ଗତ ମଙ୍ଗଳବାର ଦିନ ନିଶାଶକ୍ତ ଅବସ୍ଥାରେ ନିତ୍ୟାନନ୍ଦ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଛାତ୍ର ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।
କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା।
ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହି ମେଡିକାଲ କଲେଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ।
ବର୍ଷା ପାଇଁ ବେଙ୍ଗନୃତ୍ୟ କଲେ ଆଦିବାସୀ ମହିଳା...
ହଠାତ୍ ବସ୍ ଇଞ୍ଜିନ୍ରୁ ଧୁଆଁ ବାହାରିଥିଲା । ଧିରେ ଧିରେ ବସ୍ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା ।
ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।
ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଥିବା କେନ୍ଦୁଝର ରଥ ଗଡିବା ନେଇ ସନ୍ଦେହ ଉପୁଜିଛି। ରଥ କାଠର ଅଭାବ ନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।