ଗୋଟିଏ ପଟେ ସରକାର ଦ୍ରୁତ ଗତିରେ ଟିକାକରଣ ଚାଲିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି । ଏବେ ବି ରାଜ୍ୟର ଅନେକ ଟିକା କରଣ କେନ୍ଦ୍ରରେ ଲୋକେ ସକାଳୁ ସଞ୍ଜ ଯାଏଁ ଧାଡ଼ି ବନ୍ଦି ଟିକା ନେବାକୁ ଅପେକ୍ଷା କରି ରହୁଛନ୍ତି ।
ନବରଙ୍ଗପୁର. ଆନନ୍ଦପୁର ଓ ଜଳେଶ୍ୱର ଆଦି ଅନେକ ଅଂଚଳରେ ସବୁଠି ବେଆଇନ ବାଲି ଚାଲାଣ ଅଭିଯୋଗ ହୋଇଛି। ବିଭିନ୍ନ ଘାଟରୁ ବେଧଡକ ଲୁଟ ହେଉଛି ବାଲି, କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। କେଉଁଝର ଜିଲ୍ଲାର ଆନନ୍ଦପୂରଠାରେ ଥିବା ବୈତରଣୀ ବାଲିଘାଟର ଦୃଶ୍ୟ ଦେଖିଲେ ଆପଣ ସବୁକିଛି ବୁଝିପାରିବେ। ବେଆଇନ୍ ଭାବେ ଡଙ୍ଗାରେ ମୋଟର ଲଗାଇ ପାଣି ଭିତରୁ ବାଲି ଉଠାଚାଲିଛି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।
କେନ୍ଦୁଝର ବାଂଶପାଳ ବ୍ଳକ ଶୁଆକାଟୀ ସ୍ଥିତ ଓ ଏମସି ଖଣିରେ ଖଣି ଖନନ ଓ ଡମ୍ପିଙ୍ଗି ୟାର୍ଡ ହାତେଇବା ପାଇଁ ଗ୍ରାମସଭାରେ ବଡ ବଡ ସ୍ଵପ୍ନ ଦେଖାଇଥିଲା ଓଏମସି । ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାତ ଦୂରର କଥା । ନିଜର ଡମ୍ପିଙ୍ଗୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ । ଡାକ୍ତର ମୁଣ୍ଡା ଓ ଚରଣ ସିଂ ମୁଣ୍ଡାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି
ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ । ପାଠ ପଢ଼ି ଆଗକୁ ବଢ଼ିବାର ସ୍ୱପ୍ନ ଓ ଅଭିଳାସ ଭିତରେ ପଛକୁ ଗୋଡ଼ ଟାଣୁଛି ଆର୍ଥିକ ଅନଟନ ।
ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ସଙ୍ଗମ ଗାଁର ରାଣୀ ହେମ୍ବ୍ରମ । ଅଭାବ ଅନଟନ ଭିତରେ ହଜି ଯାଇଛି ମାଟ୍ରିକ ସଫଳତାର ଖୁସି । ରାତି ପାହିଲେ ଘାରୁଛି ପେଟ ଚିନ୍ତା ।
ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତରେ ରହିଛି ବିଷ୍ଣୁ ପୁର ଗାଁ। ପଞ୍ଚାୟତଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୩ ଶହ ପରିବାର ରହୁଥିବା ବେଳେ ପାଖାପାଖି ୧୧ ଶହ ଲୋକ ବାସ କରୁଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମର ବାସିନ୍ଦା
ଘରୋଇ କଳିରୁ ଜଘନ୍ୟ କାଣ୍ଡ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ମାଆ ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁରେ ।
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।
ମୁର୍ଖାମୀ କୁହନ୍ତୁ କିମ୍ବା ପାରମ୍ପରିକ ବିଶ୍ୱାସ। ଅନ୍ଧବିଶ୍ୱାସ ଅନ୍ଧଗଳିରୁ ମୁକୁଳି ପାରୁନି ମଣିଷ। ଗତ ମାସ ୧୯ ତାରିଖରେ ଯାହାର ଭୟଙ୍କର ପରିଣାମ ଦେଖିବାକୁ ମିଳିଥିଲା ଗଂଜାମ ଚମାଖଣ୍ଡିରେ। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ଗାଁ ଲୋକେ ସଂଘବଦ୍ଧ ଭାବେ ମାଡ଼ ମାରିବା ସହ ପ୍ଲାସରେ ଦାନ୍ତ ଓପାଡ଼ି ଦେବା ସହ ବିଷ୍ଠା ବି ଖୁଆଇଲେ
ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ବଞ୍ଚିବା ପାଇଁ କେଉଁଠି ଝଡ଼ାଫୁଙ୍ଖା କରୁଛନ୍ତି ତ ଆଉ କେଉଁଠି ଚେଙ୍କ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି।