• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Keonjhar

Rainfall Alert In Odisha
ପୁଣି ଭିଜିବ ଓଡ଼ିଶା ! ୧୫ରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

Girl Student Dies After Falling From Roof
୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ିଲେ ଛାତ୍ରୀ

୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି ।  ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି।

Rainfall Likely In 16 Districts Of Odisha
ପାଣିପାଗ ବିଭାଗର ସତର୍କ ସୂଚନା- ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା।

Rainfall Alert In 5 Districts Of Odisha
୨୪ ଘଣ୍ଟାରେ ୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

Tiger
ଓଡ଼ିଶାରେ ମହାବଳ ବାଘ, ଡେବ୍ରିଗଡ଼ ଓ ଘଟଗାଁ ରେଞ୍ଜରୁ ଆସିଲା ଫଟୋ

ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।

Gold Mines Found In Three Districts Of Odisha
ଓଡ଼ିଶାର ଏହି ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ

ଓଡ଼ିଶାରେ ରହିଛି ସୁନା ଖଣି। ଗୋଟିଏ କିମ୍ବା ଦୁଇଟି ନୁହେଁ ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଛି। 

Keonjhar Special Story
ଖେଳ ହେଲା କାଳ : ଖେଳୁ ଖେଳୁ ଜଙ୍ଘ ହାଡ଼ ଦୁଇଖଣ୍ଡ...ଏବେ ପରୀକ୍ଷା ଦେବ କେମିତି?

କେନ୍ଦୁଝର ତେଲକୋଇ ବ୍ଲକ କୁଣ୍ଢେଇହତା ଗାଁର ଦିନ ବିଶ୍ୱାଳ ଓ ସବିତା ବିଶ୍ୱାଳଙ୍କ ଝିଅ ପପିନ ବିଶ୍ୱାଳ । ସ୍ଥାନୀୟ ସିରିଗିଡା ଉଚ୍ଚ-ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢେ। ପାଠ ସହିତ ଖେଳରେ ଭାରି ମନ ତା’ର। ସେଇଥି ଲାଗି ତ ସ୍କୁଲର ପ୍ରତ୍ୟେକ ଖେଳରେ ଭାଗ ନିଏ ପପିନ୍‌ । ଡିସେମ୍ବର ୧୬ ତାରିଖ ଦିନ ସ୍କୁଲରେ ଖେଳ ଚାଲୁଥିବା ବେଳେ ପପିନ୍‌ ବି ଭାଗ ନେଲା ଆଉ ଲଙ୍ଗ ଜମ୍ପରେ ସାମିଲ ହେଲା।

Madhuri
ମାଆ ଚାଲିଯିବା ପରେ..ତିନି ଭଉଣୀଙ୍କୁ ମାଆ ପରି ପାଳୁଛି ବଡ ଭଉଣୀ

ଟୁନି ବଂଚିଥିବା ବେଳେ ବଡ ଝିଅର ବାହାଘର କରିଦେଇଥିଲେ। ହେଲେ ଏବେ ବି ତିନିଝିଅ ଘରେ ଏମିତି ଏକାକି ରହୁଛନ୍ତି। ବଂଚିବା ପାଇଁ ବଡ ସଂଘର୍ଷ କରୁଛନ୍ତି ଏଇ ଭଉଣୀ। ବେଲାରେ ଭାତ ଆଣି ଶାଗ ଲଗେଇ ସାନ ଭଉଣୀଙ୍କୁ ଖୁଆଇ ଦେଉଛି ବଡ ଭଉଣୀ ମାଧୁରୀ। ଖାଲି ଖୁଆଇ ଦେଉଛି ତାହା ନୁହେଁ ନିଜେ ଘରଟା ଯାକର ପାଇଟି ବି କରୁଛି। କେତେବେଳେ ଘର ଓଳାଉଛି ତ ଆଉ କେତେବେଳେ ରୋଷେଇ କରୁଛି। ନିଜେ ସ୍ୱପ୍ନ ଦେଖିବା ବୟସରେ ଅନ୍ୟ ଭଉଣୀଙ୍କର ସ୍ୱପ୍ନ ପୂରଣ ପାଇଁ ଅନବରତ କରୁଛି ପରିଶ୍ରମ।

Son Missing
୧୭ ଦିନ ହେଲାଣି ପୁଅ ଫେରୁନି...ଘର ଦୁଆରେ ରାହା ଧରି କାନ୍ଦୁଛି ମାଆ

ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍‌ରେ ବି ତାଙ୍କୁ ସମସ୍ତେ ଭଲପାଆନ୍ତି। ମାତ୍ର ୨ ମାସ ତଳେ ଭଉଣୀଙ୍କର ବିବାହ ବି ହୋଇଛି। ହେଲେ ହଠାତ୍‌ ଘରୁ କୁଆଡେ ପଳେଇଥିବାରୁ ଏବେ ପୂରା ପରିବାର ଚିନ୍ତାରେ।

Keonjhar
ଅସ୍ତ୍ରୋପଚାର କଲା ବୋଲି ଘରୁ ବାହାର କରିଦେଲେ

ଅପରେସନ୍‌ ହେଲା ବୋଲି ହେବ ମାରା ହୋଇଗଲା। ପୂର୍ବ ପୁରୁଷମାନେ ଆଉ ପିଣ୍ଡ ପାଇବେ ନାହିଁ କହି ସ୍ୱାମୀ ଭଲରେ କଥାବାର୍ତ୍ତା ବି ହେଉନି। ଘରେ ନପୂରାଇବାରୁ ଆମ୍ବ ଗଛ ମୂଳେ ବସିରହିଛି ସ୍ତ୍ରୀ। ଯେତେ ବୁଝାଇଲେ କି କାକୁତିମୀନତି ହେଲେ କିଛି ଶୁଣୁନି। ଯିଏ ବୁଝାଇବାକୁ ଯାଉଛି ଧନୁ ତୀର ଧରି ମାରିଦବେ ବୋଲି କହୁଛି।

Superstition
ଅଜବ ଚିନ୍ତାଧାରା ! ୧୧ ଛୁଆ ଜନ୍ମ କଲା ପରେ ବି ସ୍ୱାମୀର ମନ ବୁଝୁନି..

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁଁ ସ୍ୱାମୀ ନାରାଜ । ୧୧ଟି ଛୁଆ ପରେ ମହିଳା ଅସ୍ତ୍ରୋପଚାର କରିଥିଲେ ।

medical college
ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ମେଡିକାଲ କଲେଜ ପ୍ରକଳ୍ପ ! ସଂପୂର୍ଣ୍ଣ ଠିକା କର୍ମଚାରୀଙ୍କୁ ନେଇ ଚାଲିଛି ଡାକ୍ତରୀ ପାଠପଢା

କେନ୍ଦୁଝର ମେଡିକାଲ୍ କଲେଜରେ ୮୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ନିଯୁକ୍ତ ହୋଇନାହାନ୍ତି । ମାତ୍ର ୧୯ ଜଣ ଠିକା କର୍ମଚାରୀରେ ଚାଲିଛି ଏହି ମେଡିକାଲ୍ କଲେଜ୍ ।

Home guard allegedly mowed down by unidentified vehicle in Keonjhar
ରାସ୍ତାରୁ ମିଳିଲା ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ହୋମଗାର୍ଡଙ୍କ ଉପରେ ଅଜଣା ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ରାସ୍ତାରୁ ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ୍‌।

Journalist Death
କାଳ ହେଲା ବାହାଘର : ଅଧା ରାସ୍ତାରୁ ଟାଣିନେଲା ଯମ

ଦୁର୍ଘଟଣାରେ ସୁନ୍ଦରଗଡ଼ର ଯୁବ ସମ୍ବାଦିକ ଖଗେଶ୍ବର ତରେଇଙ୍କର ମୃତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖଗେଶ୍ଵର ନିଜ ବନ୍ଧୁଙ୍କ ସହ ବାଇକ୍ ଯୋଗେ କୋଇଡାରୁ ଯାଜପୁରକୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ। କିନ୍ତୁ ବାଟରେ ମୃତ୍ୟୁ ଯେମିତି ତାଙ୍କୁ ଅନେଇ ବସିଥିଲା। କେନ୍ଦୁଝର ଦମକଳ କେନ୍ଦ୍ର ସାମ୍ନାରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ପରେ ଯେବେ ଘରେ ଶବ ପହଞ୍ଚିଲା ତାହାର ଦୃଶ୍ୟ ବଡ କଷ୍ଟଦାୟକ ଥିଲା।

Minor student gives birth to girl in Keonjhar
ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

Padma Awards
କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?

ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି ।

Odisha Mining Corporation Limited
OMCରେ ଚାକିରି ସୁଯୋଗ; ଦରମା ୧,୧୨,୪୦୦ ଟଙ୍କା, ତୁରନ୍ତ ଆବେଦନ କରନ୍ତୁ

ଓଡିଶାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। OMC ରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୧୨,୪୦୦ ଟଙ୍କା ଦରମା ମିଳିବ।

'Classic Car Display' to showcase Keonjhar king's newly-restored vintage vehicles
ନୂଆ ରୂପରେ ପୁରୁଣା କାର୍‌: ରାଜବାଟିରେ ଚାଲିଛି ଭିଣ୍ଟେଜ୍ କାର୍‌ର ରିମଡେଲିଂ

ଭିଣ୍ଟେଜ୍ କାର୍ ଠାରୁ ଆରମ୍ଭ କରି ଆମ୍ବାସାଡର, ଜିପ୍, ଷ୍ଟାଣ୍ଡାର୍ଡ ହେରାଲ୍ଡ, ସେଭ୍ରଲେଟ୍ ଭଳି ବହୁ ପୁରୁଣା କାର୍ କେନ୍ଦୁଝର ରାଜବାଟିରେ ସଜଡା ଚାଲିଛି। 

Doctor Subhashree death: Father alleges murder, files FIR against alleged boyfriend
ମଦ ସହ ନିଦ ବଟିକା ଦେଇ ମହିଳା ଡାକ୍ତରଙ୍କୁ ମାରିଦେଲେ !

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।

Woman Allegedly Gang Raped In Keonjhar
ଭାଇ ସହ ଯାଉଥିଲେ, ଉଠାଇ ନେଇ ଗଣଦୁଷ୍କର୍ମ ! ଡାକ୍ତରୀ ମାଇନା ପାଇଁ ବାରଦ୍ୱାର ହେଲେ ପୀଡ଼ିତା...

ସମ୍ପର୍କୀୟ ଭାଇଙ୍କ ସହ ଯାଉଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ୩ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

Special Story
କାମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ଜଙ୍ଗଲର ନାଁ

ଚର୍ଚ୍ଚାରେ କେନ୍ଦୁଝର ବନ ବିଭାଗ । ତଳିଆ କର୍ମଚାରୀଙ୍କୁ ଦେଲା ଶ୍ରେଷ୍ଠ ସମ୍ମାନ।

Rainfall Likely In 7 Districts Of Odisha
ପାଣିପାଗ ବିଭାଗର ପୂର୍ବାନୁମାନ- ୭ ଜିଲ୍ଲାରେ ବର୍ଷା ସମ୍ଭାବନା !

ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

PM Awaas
PM ଆବାସ ଲିଷ୍ଟ, ଆରମ୍ଭରୁ ଗଡ଼ବଡ଼ ! ସରକାରୀ ଚାକିରିଆଙ୍କ ପତ୍ନୀ ନାଁରେ ଆସିଛି ଘର

ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ ।