/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681699535.jpg)
weather report
ଅସହ୍ୟ ଖରାରୁ ଆଜି ମିଳିପାରେ ଆଉ ଟିକେ ଆଶ୍ୱସ୍ତି । ଆଜିଠୁ ସାଧାରଣ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆଜିଠୁ ୪ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇପାରେ କାଳବୈଶାଖୀ ବର୍ଷା ।
ଆଜି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ ଓ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ପୁରୀ, ଖୋର୍ଦ୍ଧା,ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।
ଗତକାଲି ଜ୍ୟରେ ଜାରି ରହିଥିଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ପାରଦ ୪୨.୨ ଡିଗ୍ରୀ ରହିଥିଲା । ଏହାସହ ୪୧.୬ ଡିଗ୍ରୀ ସହ ସମ୍ବଲପୁର ପଛକୁ ରହିଥିଲା ଝାରସୁଗୁଡା ।
ଗତକାଲି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା:
- ସମ୍ବଲପୁର: 42.2°C
- ଝାରସୁଗୁଡା : 41.6°C
- ହୀରାକୁଦ: 40.2°C
- ଭୁବନେଶ୍ୱର: 39.2
- ବାଲେଶ୍ୱର: 38.2°C
- କେନ୍ଦୁଝର: 37.8°C
- ଚାନ୍ଦବାଲି: 37.0°C
- ପୁରୀ: 33.6°C
- ଗୋପାଳପୁର:33.4°C
- ପାରାଦ୍ୱୀପ:32.2°C
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)