Advertisment

ଅସନ୍ତୁଷ୍ଟ କି ସୁଶାନ୍ତ ? ସମୂହ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ସମର୍ଥକ

ବରଗଡ଼ ଓ ବଲାଙ୍ଗିରରେ ଖୋଲାଖୋଲି ଅସନ୍ତୋଷ । ବରଗଡ଼ ଓ ବଲାଙ୍ଗିର ବିଜେଡି ଯୁବ ସଭାପତିଙ୍କ ଅସନ୍ତୋଷ ।

author-image
Satyendu Shekher Mishra
undefined

Odisha Politics, Naveen Patnaik, Ministry Reshuffle

ସୁଶାନ୍ତ-ଦୀପାଳି କଳିରେ ସାରଦାଙ୍କ ଲାଭ ! ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ ଅସନ୍ତୁଷ୍ଟ କି ସୁଶାନ୍ତ ସିଂ ? ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବାରୁ ବିଜେଡି ବିଧାୟକ ସୁଶାନ୍ତ ସିଂ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା। ସୁଶାନ୍ତଙ୍କ ସମର୍ଥକ ଏବଂ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଯୁବ ବିଜେଡି ସଭାପତି ଏନେଇ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଶ୍ଚିମ ଓଡ଼ିଶାର ଟାଣୁଆ ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ନଦେଇ ସାରଦା ନାୟକଙ୍କୁ ଦିଆଯାଇଥିବାରୁ ଦଳ ଭିତରେ ଏକ ପ୍ରକାର ବିଦ୍ରୋହ ସ୍ଥିତି ଉପୁଜିଛି।

Advertisment

ମନ୍ତ୍ରିମଣ୍ଡଳ ବଦଳିଲା, ହେଲେ ସ୍ଥାନ ପାଇଲେନି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂ। କୁହାଯାଉଛି, ନବ ଦାସଙ୍କ ଦେହାନ୍ତ ପରେ ମନ୍ତ୍ରିମଣ୍ଡଳରେ ଯେଉଁ ସ୍ଥାନ ଖାଲି ପଡ଼ିଥିଲା ସେହି ସ୍ଥାନରେ ବସିବାକୁ ବହୁ ଆଶାୟୀ ଥିଲେ ସୁଶାନ୍ତ। ତେବେ ତାଙ୍କୁ ଗ୍ରୀନ ସିଗନାଲ୍ ନମିଳିବାରୁ ସୁଶାନ୍ତ ଘୋର ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏପରିକି ଆଜିର ଶପଥ ଗ୍ରହଣ ସମରୋହରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା। କୁହାଯାଉଛି ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ସୁଶାନ୍ତ ପୁଣିଥରେ ମନ୍ତ୍ରୀ ହେବା ନେଇ ବେଶ୍ ଆଶାବାଦୀ ଥିଲେ। ଏପରିକି ଗତବର୍ଷ ଜୁନ ମାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ବିକ୍ରମ ଆରୁଖ ଓ ସୁଦାମ ମାରାଣ୍ଡିଙ୍କୁ ପୁଣିଥରେ ସୁଯୋଗ ମିଳିଲା, କିନ୍ତୁ ସୁଶାନ୍ତଙ୍କ କ୍ଷେତ୍ରରେ ତାହା ହେଲାନାହିଁ।

ଅନ୍ୟପକ୍ଷରେ ଗତ ଜୁନରେ ସୁଶାନ୍ତଙ୍କୁ ବାଦ୍ ଦେଇ ରୀତା ସାହୁ ମନ୍ତ୍ରୀ ହେବା ପରେ ଉଭୟଙ୍କ ମଧ୍ୟରେ ତୀବ୍ର ବିବାଦ, ପଶ୍ଚିମ ଓଡ଼ିଶା ସଙ୍ଗଠନରେ ବଡ଼ ଦାୟିତ୍ୱ ନମିଳିବା, ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦୀପାଳ ଦାସ- ତାଙ୍କ ଭିତରେ ଗୋଷ୍ଠୀ ବିବାଦ, ବିଭିନ୍ନ ସମୟରେ ବିବାଦ ଭିତରେ ଛନ୍ଦି ହୋଇପଡ଼ିବା, ଏସବୁ କାରଣରୁ ତାଙ୍କୁ ମନ୍ତ୍ରୀପଦ ମିଳିନଥିବା ଚର୍ଚ୍ଚା ହେଉଛି। ଏହାପରେ ବରଗଡ଼ ଓ ବଲାଙ୍ଗୀରର ଯୁବ ବିଜେଡି ସଭାପତି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ସୁଶାନ୍ତ କହିଛନ୍ତି, ମୋର କିଛି କର୍ମୀ ଅସନ୍ତୁଷ୍ଟ ଥିଲେ ସେମାନଙ୍କୁ ବୁଝାଇ ଦେଇଛି।

Advertisment

କେବଳ ସୁଶାନ୍ତ ନୁହଁନ୍ତି ଉପକୂଳ ଓଡ଼ିଶା ସମେତ ମନ୍ତ୍ରୀ ଆଶାରେ ଥିବା ଅନେକ ବିଧାୟକ ବି ନିରାଶ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରୁ କାହାକୁ ପ୍ରତିନିଧିତ୍ୱ ମିଳିନଥିବା ବେଳେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ କହିଛନ୍ତି ସେ ମନ୍ତ୍ରୀ ହେବାକୁ ଆଶା ରଖିଥିଲେ। ଏସବୁ ଭିତରେ ସମୁଦାୟ ୧୨ଟି ଜିଲ୍ଲା ଏବେ ମନ୍ତ୍ରୀଶୂନ୍ୟ।

ଗୋଟିଏ ପଟେ ମନ୍ତ୍ରିମଣ୍ଡଳରେ ସ୍ଥାନ ନପାଇବାରୁ ଅସନ୍ତୋଷ, ଅନ୍ୟପଟେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀକନ୍ଦଳ। ୨୦୨୪ରେ ଏହାର ଏକ ବଡ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

BJD Odisha Politics Ministry Reshuffle
Advertisment
Advertisment