• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପରିସ୍ଥିତିରେ ପଡ଼ି ମଣିଷ କିଭଳି ଦୂଷିତ ପାନୀୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହୁଏ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦରଖଳା ଦିଶୁ ସାହିରେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ ଦିଶୁ ସାହିରେ ପାଖାପାଖି ୨୦ ପରିବାର ବସବାସ କରନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଗାଁର ଲୋକେ ପାଣି ମୁନ୍ଦାଏ ଲାଗି ଅନେଗୁଡିଏ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଫଳରେ ସ୍ଥାନୀୟ ବାସିନ୍ଦା ପାଣି ମୁନ୍ଦେ ପାଇଁ ଗାଁ ନିକଟବର୍ତ୍ତୀ ଏକ ପରିତ୍ୟକ୍ତ ଛୋଟ ଚୁଆ ଉପରେ ନିର୍ଭରଶୀଳ । ହେଲେ ଅନେକ ସମୟରେ ଚୁଆ ପାଣି ପିଇବା ପରେ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରୁଛନ୍ତି ସ୍ଥାନୀୟ ଲୋକ ।

ଅଧିକ ପଢ଼ନ୍ତୁ: ପ୍ରତାରଣା ହେଲା ପ୍ରତିଶ୍ରୁତି, ଏଯାଏଁ ମିଳିଲାନି ପିଇବା ପାଣି

ଠିକ୍‌ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈ ଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି । ହେଲେ ଉପାୟ  ନଥିବାରୁ ବାଧ୍ୟ ହୋଇ ଏହି ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି ସ୍ଥାନୀୟ ଲୋକେ । ଜାଣି ଆଶ୍ଚର୍ଯ୍ୟ ହେବେ କି ଅନେକ ସମୟରେ ଏହି ଖାଲ ଶୁଖିଯାଏ ଆଉ ଲୋକେ ପିଇବା ପାଣି ପାଇଁ ଅପେକ୍ଷା କରି ରୁହନ୍ତି। କେତେବେଳେ ଖାଲରେ ପାଣି ଭର୍ତ୍ତି ହେବ ଆଉ ପୁଣି ଥରେ ସେମାନେ ପିଇବା ପାଣି ପାଇବେ ।

ପିଇବା ପାଣି ସମସ୍ୟାର ସମାଧାନ ଲାଗି ମାଳମାଳ ଯୋଜନା କରୁଛନ୍ତି ସରକାର । ଏମିତିକି ବସୁଧା ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚି ବି କରୁଛନ୍ତି । ହେଲେ ଲାଭ କଣ ହେଉଛି କଣ ହେଉନି ସେ ଦୃଶ୍ୟ ଆପଣଙ୍କ ସାମ୍ନାରେ ।

(ଆନନ୍ଦପୁରରୁ ମୁନ୍ନା ସିଂଙ୍କ ରିପୋର୍ଟ)