• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନା ଅନୁମତିରେ ଡାକ୍ତର କରିଦେଲେ ପରିବାର ନିୟୋଜନ ଅସ୍ତ୍ରୋପଚାର । ପିଲା ଜନ୍ମ ପରେ ସ୍ଵାମୀସ୍ତ୍ରୀଙ୍କ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିବା ଅଭିଯୋଗ କରିଛନ୍ତି ଖୋଦ ପ୍ରସୂତୀ ଓ ତାଙ୍କ ସ୍ୱାମୀ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାକୁ ନେଇ ଥାନର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ ।

ସୂଚନା ଅନୁସାରେ ସ୍ଥାନୀୟ ଝୁମ୍ପୁରା ଖେଣ୍ଡରା ଅଞ୍ଚଳର ପବିତ୍ରାଣୀ ବେହେରା ପ୍ରସବ ପାଇଁ ମେଡିକାଲକୁ ଯାଇଥିଲେ । ସେଠାରେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏହାପରେ ସୁଶାନ୍ତଙ୍କୁ ତାଙ୍କ ସ୍ତ୍ରୀଙ୍କର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିବା ଅନୁମତି ସମ୍ପର୍କୀତ କାଗଜରେ ଦସ୍ତଖତ କରିବାକୁ ଚିକିତ୍ସାଳୟ ପକ୍ଷରୁ କୁହାଯାଇଥିଲା । ହେଲେ ସେ କାଗଜ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ପରିବାର ନିୟୋଜନ ଅସ୍ତ୍ରୋପଚାର ସମ୍ପର୍କରେ ତାଙ୍କୁ କିମ୍ବା ତାଙ୍କ ସ୍ତ୍ରୀଙ୍କୁ ଆଦୌ ସୂଚିତ କରାଯାଇ ନଥିଲା ।

ଏକଥା ଜାଣିବା ପରେ ସେ ପ୍ରତିବାଦ କରିଥିଲେ । ଏଥିରେ ଡାକ୍ତର ଅଭିଜିତ ମହାପାତ୍ର ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦସ୍ତଖତ ନକଲେ ମା ଓ ଛୁଆକୁ ଚିକିତ୍ସାଳୟରୁ ଛଡା ଯିବ ନାହିଁ ବୋଲି ଧମକ ଦେଇଥିଲେ । ଶେଷରେ ଅନ୍ୟଉପାୟ ନପାଇ ଟାଉନ୍ ଥାନାରେ ଅଭିଯୋଗ କହିଛନ୍ତି । ଏପରିକି ତାଙ୍କ ସ୍ତ୍ରୀ ପବିତ୍ରାଣୀ ମଧ୍ୟ ଅଭିଯୋଗ କରି କହିଛନ୍ତି, ତାଙ୍କ ଅଜାଣତରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଛି । ତେବେ ଉଭୟ ସ୍ୱାମୀସ୍ତ୍ରୀଙ୍କ ଏ ଅଭିଯୋଗକୁ ମେଡିକାଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।