Advertisment

ସୁବାସଙ୍କ ଗିରଫଦାରୀକୁ ନେଇ ଆଗ୍ରେସିଭ୍‌ ହେଉଛି BJP, ରାଜ୍ୟପ୍ୟାପି କରିବ ଆନ୍ଦୋଳନ

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Subash Panigrahi

Subash Panigrahi

ଗୋଟିଏ ପଟେ ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝିଙ୍କୁ ନେଇ ରାଜନୀତି ତୀବ୍ର ହେଉଥିବା ବେଳେ ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପାଇଁ ଆଗ୍ରେସିଭ୍‌ ମୁଡ୍‌ରେ ଆସିଲାଣି ବିଜେପି । ତେବେ କେଉଁ ପାଣି କୁଆଡ଼େ ଯାଉଛି ତାହା ତ ସମୟ କହିବ । କିନ୍ତୁ ଏବେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପାଇଁ ବିଜେପି ଫୁଲ୍‌ ଦମ୍‌ରେ ଆଗକୁ ବାହାରିଛି । ସାରା ରାଜ୍ୟରେ ବିଜେପି ଆନ୍ଦୋଳନ କରିବାକୁ ଚାତାବନୀ ଦେଇଛି ।

Advertisment

ଆସନ୍ତାକାଲି ସମସ୍ତ ଜିଲ୍ଲାର ଏସପି ଅଫିସ ଆଗରେ ଧାରଣା ଦେବ ବିଜେପି । ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଗତକାଲି ଦେବଗଡ଼ ଜିଲ୍ଲାର ସମସ୍ତ ଥାନା ଓ ପୋଲିସ ଫାଣ୍ଡି ସମ୍ମୁଖରେ ବିଜେପି କର୍ମୀ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ୨ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ହେଲେ ବିଧାୟକ ଦେଇଥିବା ଅଭିଯୋଗ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ବିଜେପି ଅଭିଯୋଗ କରିଛି ।

Advertisment
BJP BJD Subash Ch Panigrahi Odisha Politics
Advertisment
Advertisment