• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୋକାନବଜାର ବନ୍ଦ । ଗାଡ଼ିମୋଟର ବନ୍ଦ । ରାସ୍ତାରେ ଅଟକଛି ଶହ ଶହ ଟ୍ରକ୍ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା । ଦଳୀୟ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗରିଫଦାରୀ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଥିଲା ବିଜେପି ।

ସେପଟେ ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା । ସୁଯୋଗ ମିଳିବା କ୍ଷଣି ଗିରଫ କରାଗଲା ବୋଲି ସେ ଅଭିଯୋଗ ଆଣିିଛନ୍ତି । ତାଙ୍କ ଗିରଫଦାରୀ ପଛରେ ରାଜ୍ୟ ସରକାର ଓ ବିଜେଡିର ଚାପ ଅଛି ବୋଲି କହିଛନ୍ତି ସୁବାସ । ଦେବଗଡ ଜିଲ୍ଲାକୁ ଆସୁଥିବା ଟଙ୍କା ହରିଲୁଟ୍ ହେଉଛି, ଏନେଇ ପ୍ରଶ୍ନ କଲେ ହତ୍ୟା ଧମକ ମିଳୁଛି । ତେବେ ବିଧାୟକ ଭାବେ ଉନ୍ନତିମୂଳକ କାମ ନେଇ ଅଧିକାରୀଙ୍କୁ ପ୍ରଶ୍ନ କରିବାର ତାଙ୍କର ଅଧିକାର ରହିଛି ବୋଲି କହିଛନ୍ତି ସୁବାସ ।

ସେପଟେ ବିଜେଡି କହିଛି ଆଇନ ଅନୁୂସାରେ ସବୁ କିଛି କରାଯାଉଛି । ଅନ୍ୟପକ୍ଷରେ ସୁବାସଙ୍କ ବିରୁଦ୍ଧରେ ବାହାରିଛି ଜିଲ୍ଲା କଂଗ୍ରେସ । ତାଙ୍କୁ ବିଧାୟକ ପଦରୁ ବହିଷ୍କାର କରିବା ଦାବିରେ ଦେବଗଡ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବାବୁମାନେ ନେତାଙ୍କ କଥା ଶୁଣୁନଥିବା ଓ ଉପଯୁକ୍ତ ସମ୍ମାନ ଜଣାଉନଥିବା ବାରମ୍ବାର ଅଭିଯୋଗ ହେଉଛି । ଏନେଇ ବିଧାନସଭା ସଦାଚାର କମିଟିରେ ଆଜି  ଆଲୋଚନା ହୋଇଛି । ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିଛି, କୋରାପୁଟ ଓ ଗଜପତି ଜିଲ୍ଲା ଗସ୍ତ କରି ସଦାଚାର କମିଟି ତାର ଅନୁଧ୍ୟାନ କରିବ । ପୂର୍ବରୁ ଗତ ଜାନୁଆରୀ ୨୮ ତାରିଖରେ ମଧ୍ୟ ଏହି ପ୍ରସଙ୍ଗ ଉଲ୍ଲେଖ କରି ସବୁ ସଚିବ, ଆରଡିସି, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ସଂସଦୀୟ ବ୍ୟାପର ବିଭାଗ । ସରକାରୀ ବାବୁ ଜନ ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉନଥିବା ଦେବଗଡ, ସୁନ୍ଦରଗଡ, ଝାରସୁୁଗୁଡା, ବରଗଡ, ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତ ପରେ କହିଥିଲା ସଦାଚାର କମିଟି । ତେଣୁ ନୂଆକରି ନିଯୁକ୍ତି ପାଇଥିବା ଓଏଏସ୍ ସମେତ ବିଭିନ୍ନ ପ୍ରଶାନିକ ଅଧିକାରୀଙ୍କୁ ଉପଯୁକ୍ତ ଟ୍ରେନିଂ ଦେବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା ।

ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି ଗଣ୍ଡୋଗଳ କିଛି ନୂଆ କଥା ନୁହେଁ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର ନେଇ ଗିରଫ ହୋଇଥିଲେ ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହେର । ଏଥର ବାବୁ-ଜନ ପ୍ରତିନିଧି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।