ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି,ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି
ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି ।
ଗତକାଲି ଦୁଇଟି ସ୍ଥାନରେ ଘାଇ ହୋଇଥିବା ବେଳେ ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି କହିଲେ SRC ।
ବ୍ୟାକ୍ ୱାଟର ଯୋଗୁଁ କଛି ଜାଗାରେ ପାଣି ପଶିଛି
ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି।
୧୭ NDRF, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବିଦ୍ୟୁତ, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି ।
ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ନୂଆ ଗାଇଡଲାଇନ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ(SRC) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ।
କୌଣସି ପ୍ରକାର ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଶୋଭାଯାତ୍ରା କରାଯାଇପାରିବ ନାହିଁ।
ରାଜ୍ୟରେ ପ୍ରବଳ ଶୀତ ଲହରୀ ନେଇ ସତର୍କ କରାଇଛନ୍ତି ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
ବାତ୍ୟା ପାଇଁ ୧୭ ଜିଲ୍ଲାକୁ ସତର୍କ କରାଇଲେ SRC : ୨୨୫ ଏନଡ଼ିଆରଏଫ୍ ମୁତୟନ ପାଇଁ ନିର୍ଦ୍ଦେଶ, କଚ୍ଚାଘର ଲୋକଙ୍କୁ କରାଯିବ ସ୍ଥାନାନ୍ତର
କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରିଛନ୍ତି.. ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି..
ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପହଞ୍ଚିବ।
ଡିସେମ୍ବର ୩ ରୁ ୫ ଯାଏଁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷିପାରେ । ପାଣିପାଗ ବିଭାଗର ଏଭଳି ଆକଳନ ପରେ ବଢ଼ିଛି ଚିନ୍ତା । ୩୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସଂପର୍କରେ ଚିତ୍ର ଅଧିକ ସ୍ପଷ୍ଟ ହେବ
କୋଭିଡ୍ କଟକଣାରୁ ମୁକୁଳି ଝଲସିବ ଯାତ୍ରା ମଞ୍ଚ, କମ୍ପିବ ସିନେମା ହଲ ପରିସର । ସବୁ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସାଧାରଣ ଲୋକେ । ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ କ୍ରିୟାଶୀଳ କରିବାକୁ ନୂଆ ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ସରକାର ।
ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏନେଇ SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନ୍ ।
କୋଭିଡ୍ ନିୟମାବଳୀ ଆଧାରରେ ନିଷ୍ପତ୍ତି ନେଇ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଏସ୍ଆରସି ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ଏହାସହ ୨ ଘଣ୍ଟା ଭିତରେ ଅର୍ଥାତ ଦିନ ୨ଟା ସୁଦ୍ଧା ଏସ୍ଆରସି ଶୁଣାଣି ଶେଷ କରିବାକୁ ହାଇକୋର୍ଟ କହିଛନ୍ତି।
କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ ପୌରାଞ୍ଚଳ ସମେତ ଟ୍ୱିନ୍ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇଛନ୍ତି। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ତାହା ଅକ୍ଟୋବରରେ ବଳବତ୍ତର ରହିବ। ନୂଆ ଗାଇଡଲାଇନ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏ ଲାଗୁ ହେବ।
ବାତ୍ୟା ଗୁଲାବ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ବାତ୍ୟା ପରେ ପବନଜନିତ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ । କୋରାପୁଟ, ଗଜପତି ଓ ମାଲକାନଗିରି ଲୋକେ ବାତ୍ୟା ସହ ଅଭ୍ୟସ୍ତ ନୁହନ୍ତି ।
ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ଆରମ୍ଭ ହୋଇଛି। ଆଜି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆଜିଠୁ ପୁଣି ବର୍ଷା ଆରମ୍ଭ ହୋଇଛି। ତେବେ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୧୨ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି।
ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି।