• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ଚର୍ଚ୍ଚାର ଅନ୍ତ ଘଟିଲା । ଶେଷରେ ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କଲେ ତାରା । କହିଲେ ବ୍ୟକ୍ତିଗତ କାରଣରୁ ‘ମୁଁ ଇସ୍ତଫା ଦେଇଛି’। ନିଜ ପଦରୁ ଇସ୍ତଫା ନେଇ ସ୍ପଷ୍ଟ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଏହାସହ ସେ କହିଛନ୍ତି ‘ପିସିସି ସଭାପତି ପଦ ପାଇଁ କାହାକୁ ଖୋସାମତ କରିନି, କିନ୍ତୁ ପଦ ମିଳିଲେ ଛାଡ଼ିବିନି ।

ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଭିତରେ ଦଳୀୟ ପଦରୁ ତାରାପ୍ରସାଦ ବାହିନୀପତିଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଥିଲା । ତେବେ ଏନେଇ ତାରା ବାହିନୀପତି ପୂର୍ବରୁ ସ୍ପଷ୍ଟ କରିନଥିଲେ । ଚର୍ଚ୍ଚା ହେବାର ପ୍ରାୟ ୩ ଦିନ ପରେ ତାରା ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ତାରାଙ୍କ ପୂର୍ବରୁ ବିଧାୟକ ଦଳ ନେତା ପଦରୁ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି । କିନ୍ତୁ ଇସ୍ତଫା ନେଇ ନରସିଂହ ମିଶ୍ର କୌଣସି ସ୍ପଷ୍ଟ କରିନାହାଁନ୍ତି ।

ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି । ଆମୂଳଚୂଳ ନେତୃତ୍ୱ ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲା କୁମାରଙ୍କ ସୂଚନା ଦେଇଛନ୍ତି । ପ୍ରଭାରୀ ଚେଲ୍ଲା କୁମାର କହିଥିଲେ ଯେ, ୨ ଦିନ ଧରି କଂଗ୍ରେସ ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା ହୋଇଛି । ରିପୋର୍ଟ ପ୍ରଦାନ କରାଯିବା ପରେ ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବେ । କିଏ  ହେବ ପିସିସି ମୁଖିଆ ।