• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନେତାଙ୍କୁ ମାନୁ ନାହାନ୍ତି ବାବୁ । ଜନ ପ୍ରତିନିଧିଙ୍କୁ ସରକାରୀ ଅଧିକାରୀଙ୍କ ଖାତିର ନାହିଁ । ଏପରି ଅଭିଯୋଗ ଭିତରେ ଆଜି ଗୃହର ସଦାଚାର କମିଟି ବୈଠକ ବସିଛି । ଏହି ବୈଠକରେ ବିରୋଧୀ ଦଳର ପ୍ରତିନିଧି ଅଭିଯୋଗ କରିଛନ୍ତି, ବାବୁମାନେ ନେତାଙ୍କ କଥା ଶୁଣୁ ନାହାନ୍ତି । ଆଜିର ବୈଠକରେ ବୁକ୍ ସର୍କୁଲାର ୪୭ ନେଇ ଆଲୋଚନା ହୋଇଛି ।

ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ, ତାହା ବୁକ୍ ସର୍କୁଲାର ୪୭ରେ ଉଲ୍ଲେଖ ରହିଛି । ଏହା ଠିକ ଭାବେ ପାଳନ ହେଉଛି କି ନାହିଁ, ସଦାଚାର କମିଟି କୋରାପୁଟ ଓ ଗଜପତି ଜିଲ୍ଲା ଗସ୍ତ କରି ତଦାରଖ କରିବ । ଗତ ଜାନୁଆରୀ ୨୮ ତାରିଖରେ ମଧ୍ୟ ଏ ପ୍ରସଙ୍ଗ ଉଲ୍ଲେଖ କରି ସବୁ ସଚିବ, ଆର୍‌ଡିସି, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ସଂସଦୀୟ ବ୍ୟାପାର ବିଭାଗର ସଚିବ ।

ସଦାଚାର କମିଟି ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତ କରିବା ସମୟରେ ଜନ ପ୍ରତିନିଧିଙ୍କୁ ସରକାରୀ ଅଧିକାରୀ ଉପଯୁକ୍ତ ସମ୍ମାନ ଜଣାଇ ନଥିବା ଅଭିଯୋଗ ହୋଇଥିଲା । ତେଣୁ ନୂଆ କରି ନିଯୁକ୍ତି ପାଇଥିବା ଓଏଏସ୍, ଓଆର୍‌ଏସ୍‌, ଓଟିଏଏସ୍ ଓ ଅନ୍ୟ ଅଧିକାରୀଙ୍କୁ ଟ୍ରେନିଂ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏପରିକି ବାବୁଙ୍କ ବ୍ୟକ୍ତିଗତ ଷ୍ଟାଫଙ୍କୁ ମଧ୍ୟ ଏ ଦିଗରେ ସଚେତନ କରିବାକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ, ଦେବଗଡ଼ରେ ବିଡିଓଙ୍କୁ ମାଡ଼ ଅଭିଯୋଗରେ ବିଧାୟକ ଗିରଫ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଧାୟକଙ୍କ ଗିରଫଦାରୀକୁ ନେଇ ନେତାଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ବେଳେ ଅଫିସର୍‌ ସ୍ତରରେ ବି ଏହା ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି ।