/odishatv-khabar/media/post_attachments/uploadimage/library/16_9/16_9_0/SRC_1651756179.jpg)
SRC
ଓଡ଼ିଶାର ଅଧା ସ୍ଥାନରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା । ହେଲେ ତଥାପି ସ୍ପଷ୍ଟ ହେଉନି, ହେବ କି ନାହିଁ ବାତ୍ୟା । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସଂଧ୍ୟା ସୁଦ୍ଧା ବତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ ।
ଅବପାତ ବାତ୍ୟାରେ ରୂପାନ୍ତର ହେବ କି ନାହିଁ ତାହା ଶୁକ୍ରବାର ଜଣାପଡ଼ିବ । ବାତ୍ୟା ହେବ କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ କହିଛନ୍ତି SRC । ଯଦି ବାତ୍ୟା ହୁଏ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ତଥାପି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । ୧୮ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇସାରିଛି । ଅଗ୍ନିଶମ, ଓଡ୍ରାଫ୍ ଟିମ୍ ସହ ମଧ୍ୟ ଆଜି ଆଲୋଚନା କରାଯାଇଛି ।
୧୭ NDRF, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବିଦ୍ୟୁତ, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି । ଯାହା ପ୍ରସ୍ତୁତି କରିବା କଥା, ତାହା କରାଯାଉଛି କହିଲେ SRC ।
ତେବେ ବାତ୍ୟା ହେବ କି ନାହିଁ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ସୂଚନା ନାହିଁ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି SRC । ବାତ୍ୟ ଭୟ ଦେଖାଇ ଯଦି ଅଯଥାରେ କେହି ଦରଦାମ ବଢ଼ାଉଥାଏ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ SRC ଆହୁରି କହିଛନ୍ତି ଯେ, ଆମେ ୩ଟି ଖରାଟିଆ ବାତ୍ୟା ଫନି, ଅମ୍ଫନ, ୟାସ୍ ପୂର୍ବରୁ ଦେଖିଛେ । ଖରାଦିନେ ବାତ୍ୟା ହେଲେ ବନ୍ୟାଜନିତ ସମସ୍ୟା ସୃଷ୍ଟି ହେବ ନାହିଁ । ଯଦି ବାତ୍ୟା ହୁଏ, ଦିନଟିଏ ବଜାର ବନ୍ଦ ହୋଇପାରେ । ତେଣୁ ଅଯଥାରେ ଜିନିଷ କିଣନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି SRC ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)