• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରକାଶଙ୍କ ବିରୋଧରେ ଗର୍ଜିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଲେ ସରକାର ଯଦି ତାଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କରନ୍ତି ତେବେ ରାଜ୍ୟ ବ୍ୟାପି ହେବ ଆନ୍ଦୋଳନ । ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଏବଂ ଭୃଣହତ୍ୟା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଧାୟକ ତାରା ପ୍ରସାଦ ବିହିନୀପତି ।

ସେ କହିଛନ୍ତି ପ୍ରକାଶ ମାଝୀଙ୍କ ଘଟଣାରେ ଅଭିଯୋଗକାରିଣୀ ସାମ୍ନାକୁ ଆସିନାହାନ୍ତି । ତେଣୁ ରାଜ୍ୟ ସରକାର ଏହାର ତଦନ୍ତ କରି ସତ ପଦାକୁ ଆଣିବା ଉଚିତ । ଯଦି ରାଜ୍ୟ ସରକାର ସତକୁ ଚପାଇ ଦେବାକୁ ଚେଷ୍ଟା କରନ୍ତି ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ତାରା ଚେତାବନୀ ଦେଇଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ଶାସକ ଦଳର ବିଧାୟକ ଏବଂ ବିରୋଧୀ ଦଳର ବିଧାୟକଙ୍କ ପାଇଁ ଅଲଗା ଅଲଗା କିପରି କରାଯାଉଛି ବୋଲି ତାରା ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ଦେଓଗଡ଼ ବିଜେପି ବିଧାୟକ ସୁବାସ ପାରିଗ୍ରାହୀଙ୍କ ନାଁରେ ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଏବେ ବି ରାଜ୍ୟ ରାଜନୀତି ସରଗରମ ରହିଛି । କାରଣ, କେବଳ ବିଡିଓଙ୍କ ଅଭିଯୋଗକୁ ଆଧାର କରି ପୋଲିସ ସଙ୍ଗେ ସଙ୍ଗେ ବିଧାୟକଙ୍କୁ ଗିରଫ କରିଛି । କିନ୍ତୁ ବିଧାୟକ ଦେଇଥିବା ଏତଲାକୁ ପୋଲିସ ଖାତିର କରି ନାହିଁ । ବିଧାୟକଙ୍କ ଏତଲାକୁ ଆଧାର କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ପୋଲିସ । ଯାହାକୁ ନେଇ ସବୁ ସାରା ରାଜ୍ୟରେ ବିଜେପି ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି ।