• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଢେଙ୍କାନାଳରେ ପ୍ରି ଆକ୍ଟିଭେଟେଡ୍ ସିମ୍ ମାମଲାରେ ସମନ୍ । ୩ ସର୍ଭିସ ପ୍ରୋଭାଇଡର ସଂସ୍ଥାର ଢେଙ୍କାନାଳ ଜିଲ୍ଲା ମୁଖ୍ୟଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମନ କରାଯାଇଛି । ସଂସ୍ଥାର ଜିଲ୍ଲା ମୁଖ୍ୟଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି ।

ତା’ସହ ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏପଟେ ଏହି ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ୫ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ।

ରିମାଣ୍ଡ ବେଳେ କାରବାର ସମ୍ପର୍କରେ ଅଧତ୍କ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ନିକଟରେ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିଲା ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟେଡ୍ ସିମ୍ କାର୍ଡ । ତା’ସହିତ ମିଳିଥିଲା ୪୮ଟି ମୋବାଇଲ ଓ ୧୪ ଲକ୍ଷ ୩୨ ହଜାର ଟଙ୍କା । ଲାପ୍‌ଟପ୍‌ ସହ କିଛି ଭୋଟର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି । ଏନେଇ ପ୍ରେସମିଟ୍‌ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ । ରାଜ୍ୟ ବାହାରେ ଏହି ସିମ୍ କାର୍ଡ ରାକେଟର ଚେର ଲମ୍ବିଥିବା ସୂଚନା ମିଳିଥିଲା ।

ସୂଚନାଯୋଗ୍ୟ, ଗୋଟିଏ ସିମ୍ ବିକ୍ରି କଲେ ମିଳୁଥିଲା ୪ ଶହ ଟଙ୍କା । ସିମ୍‌ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ଗ୍ରୁପ୍‌ ହୋଇଥିଲା । ଦେଶବ୍ୟାପୀ ଲମ୍ବି ଥିଲା ନେଟ୍‌ୱର୍କ । କ୍ରାଇମବ୍ରାଞ୍ଚର ସାଇବର ଟିମ୍ ଫ୍ରଡ୍ ସିମ୍ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଏଭଳି ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁଙ୍କ ସମେତ ୩ ଜଣଙ୍କୁ ଢେଙ୍କାନାଳରୁ ସାଇବର ଟିମ୍ ଗିରଫ କରିଛି । ସିମ୍ ବିକ୍ରି ନେଇ ତଦନ୍ତ ଜାରି ରହିଥିବା ବେଳେ ବିଭିନ୍ନ ଟେଲିକମ୍ କମ୍ପାନୀର କର୍ମଚାରୀ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।