• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଡିଓଙ୍କୁ ମାଡ଼ ଘଟଣାରେ ଫେରାଦ ହେଲା ଓଏଏସ୍ ସଂଘ । ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଫେରାଦ ହେଲା ସଂଘ । ଫେରାଦ ହୋଇ ଅଫିସରଙ୍କ ସୁରକ୍ଷା ଦାବି କଲେ ସଂଘର ସମ୍ପାଦକ । ଜଣେ ବିଡିଓ ବାହାରୁ ଯାଇ କାମ କରୁଥିବା ବେଳେ ସେ କାହିଁକି ଏମିତି କରିବେ ବୋଲି ପ୍ରଶ୍ନ କରିଛି ସଂଘ । ବିଧାୟକ ନିଜକୁ ବଞ୍ଚାଇବାକୁ ଯାଇ ଏଭଳି ଏତଲା ଦାୟର କରିଥିବା ସଂଘ ଅଭିଯୋଗ କରିଛି ।

ସୂଚନାଯୋଗ୍ୟ, ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ତେବେ ତାଙ୍କ ଗିରଫଦାରୀକୁ ନେଇ ବିଧାୟକ ଅଭିଯୋଗ କରିଛନ୍ତି ଯେ, ବିଜେଡି ଚାପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ହେବା ପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥିବାରୁ ବିଧାୟକ ସୁବାସ ପାରିଗ୍ରାହୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ବିଧାୟକ ନିଜେ ଏଭଳି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କୁ କାହିଁକି ଏଭଳି ଗିରଫ କରାଗଲା ସେନେଇ କିଛି ବୁଝିପାରୁ ନାହାନ୍ତି ।

ସେ ଆହୁରି କହିଛନ୍ତି, ‘ମିଛଟାରେ ଏତଲା ଦିଆଯାଇ ମୋତେ ଗିରଫ କରାଯାଇଛି । ବିଧାୟକ ଭାବେ ସବୁ ଅଫିସରଙ୍କୁ ପଚାରିବାର ଅଧିକାର ରହିଛି । ଯଦି ପ୍ରଶ୍ନ ପଚାରିଲେ ଗିରଫ କରାଯିବ, ତାହେଲେ ଉନ୍ନତିମୂଳକ କାମ କେମିତି ହେବ ? ଦେବଗଡ଼ ଜିଲ୍ଲାକୁ ଯେଉଁ ଟଙ୍କା ଆସୁଛି ହରିଲୁଟ ହେଉଛି । କହିଲେ ସେମାନେ ଆମକୁ ହତ୍ୟା ଧମକ ଦେବାକୁ ପଛାଉ ନାହାନ୍ତି । କୌଣସି ତଦନ୍ତ ନ କରି ବିଜେଡି ଚାପରେ ମୋତେ ଗିରଫ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଧାୟକ ।’