• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ଦାବି ପରେ ଏବେ ରାଜନୀତି ଜୋର ଧରିଛି । ବିଧାୟକଙ୍କ ଗିରଫଦାରୀକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ତେବେ ଏହାରି ଭିତରେ ବିଧାୟକ ନିଜେ ଅଭିଯୋଗ କରିଛନ୍ତି ଯେ, ବିଜେଡି ଚାପରେ ତାଙ୍କୁ ଗିରଫ କରାଯାଇଛି । 

ଗିରଫ ହେବା ପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥିବାରୁ ବିଧାୟକ ସୁବାସ ପାରିଗ୍ରାହୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ବିଧାୟକ ନିଜେ କହିଛନ୍ତି ଯେ, ତାଙ୍କୁ ବିଜେଡି ଚାପରେ ଗିରଫ କରାଯାଇଛି । ସେ କହିଛନ୍ତି ତାଙ୍କୁ ଏଭଳି କାହିଁକି ଗିରଫ କରାଗଲା ସେନେଇ କିଛି ବୁଝିପାରୁ ନାହାନ୍ତି ।

ମିଛଟାରେ ଏତଲା ଦିଆଯାଇ ମୋତେ ଗିରଫ କରାଯାଇଛି । ବିଧାୟକ ଭାବେ ସବୁ ଅଫିସରଙ୍କୁ ପଚାରିବାର ଅଧିକାର ରହିଛି । ଯଦି ପ୍ରଶ୍ନ ପଚାରିଲେ ଗିରଫ, ତାହେଲେ ଉନ୍ନତିମୂଳକ କାମ କେମିତି ହେବ ? ଦେବଗଡ଼ ଜିଲ୍ଲାକୁ ଯେଉଁ ଟଙ୍କା ଆସୁଛି ହରିଲୁଟ ହେଉଛି । କହିଲେ ସେମାନେ ଆମକୁ ହତ୍ୟା ଧମକ ଦେବାକୁ ପଛାଉ ନାହାନ୍ତି । କୌଣସି ତଦନ୍ତ ନ କରି ବିଜେଡି ଚାପରେ ମୋତେ ଗିରଫ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଧାୟକ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧାୟକ ସୁବାସଙ୍କ ଗିରଫଦାରୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାର କଡ଼ା ଜବାବ ମଧ୍ୟ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଟ୍ୱିଟ୍‌ ୱାର ଦେଖିବାକୁ ମିଳିଛି । 

ଧର୍ମେନ୍ଦ୍ର ଟ୍ୱିଟ୍‌ କରି କହିଛନ୍ତି ଯେ, ‘ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା । ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍ । ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ ।’

‘କିନ୍ତୁ କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ; ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି । ଏହାର ଏକ ଉଦାହରଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗିରଫଦାରୀ ।’

ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବାକୁ ଯାଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଗିରଫ ହେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କିଛି ଅଧିକାରୀମାନେ ନିଜର କାର୍ଯ୍ୟଶୈଳିକୁ ନ ସୁଧାରି ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି, ଯାହା ଗଣତନ୍ତ୍ର ପାଇଁ ବିପଦଜନକ ।

ତେବେ ଏହାର ଜବାବରେ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍‌ କରି କହିଛନ୍ତି, ‘