• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ କୁ ନେଇ ଏବେ ବଢୁଛି ଟେନସନ୍‌ । କେମିତି କରିବେ ଏଇ ନମ୍ବର ପ୍ଲେଟ୍‌ ? କେତେ ଦିନ ସମୟ ମଧ୍ୟରେ କରିବାକୁ ହେବ ? ଏନେଇ ଏବେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ ପକ୍ଷରୁ ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ଗାଡିର ସବିଶେଷ ସୂଚନା ଦିଆଯିବା ପରେ ଗାଡି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା କେମିତି କରିବେ ରେଜିଷ୍ଟ୍ରେସନ୍‌ ।

 

ନୂଆ ନମ୍ବର ପ୍ଲେଟ୍‌ ଲଗାଇବାକୁ ନେଇ ଏବେ ଲୋକଙ୍କ ମନରେ ଉପୁଜିଛି ସନ୍ଦେହ। ଗାଡ଼ି ମାଲିକ ମାନେ କେମିତି ନିର୍ଦ୍ଧାରିତ ସମୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କରିବେ ସେନେଇ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପୂରା ସୂଚନା ବି ଦିଆଯାଇଛି। STA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସିଆମ୍ ପୋର୍ଟାଲକୁ ଯାଇ ‘ବ୍ଲକ ମାଇଁ ଏଚଏସଆରପି’ ରେ କ୍ଲିକ୍ କରିବେ । ୱେବସାଇଟ୍‌ ଖୋଲିବା ପରେ ନିଜ ଗାଡ଼ି ସମ୍ପର୍କରେ ମାଲିକମାନେ ବିସୃତ ସୂଚନା ଦେବେ।

ଏହାପରେ ଆପଣଙ୍କ ଗାଡ଼ିର ସମସ୍ତ ଡକ୍ୟୁମେଂଟ୍‌ ଭେରିପିକେସନ୍‌ କରାଯିବ। ଗାଡ଼ିର କାଗଜ ପତ୍ର ଥିଲେ କେଉଁଦିନ ଓ କେତେବଳେ ନମ୍ବର ପ୍ଲେଟ୍‌ ବଦଳିବ ସେନେଇ ସୂଚନା ଦିଆଯିବ। ଗାଡି ମାଲିକ ନିଜ ପସନ୍ଦ ଅନୁସାରେ ଜାଗା କ୍ଲିକ୍ କରିବା ପରେ ନମ୍ବର ବଦଳାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ।

 

ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ୍ ବଦଳାଇବା ଲାଗି ୩୨୦ ରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ସେହିପରରି ୩ଚକିଆ ଗାଡି ପାଇଁ ୩୫୦ରୁ ୪୫୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୫୯୦ରୁ ୭୦୦ ଟଙ୍କା ଏବଂ ଭାରୀଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଯେଉଁ ଗାଡି ଗୁଡିକ ପଞ୍ଜୀକରଣ ଶେଷ ନମ୍ବର ୧ ଏବଂ ୨ରୁ ଆରମ୍ଭ ସେମାନେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବେ ଏବଂ ଯେଉଁ ଗାଡିର ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ସେହି ଗାଡି ଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା ଓ ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ଯେଉଁସବୁ ଗାଡିର ପଞ୍ଜୀକରଣ ନମ୍ବର ୯ ଓ ୦ ରେ ଶେଷ ହୋଇଛି ସେମାନଙ୍କ ପାଇଁ ଶେଷ ସମୟ ସୀମା ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ତେବେ ଯଦି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଆପଣମାନେ ନମାନନ୍ତି ତେବେ ୫ ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡ଼ିବ ବୋଲି କୁହାଯାଇଛି।