• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାୟକ କ୍ୱାର୍ଟର୍ସ ପାଇଁ ଗଛକଟାକୁ ବିରୋଧ କରି ହାଇକୋର୍ଟରେ ମାମଲା । ସ୍ୱେଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ତୁରନ୍ତ ଗଛକଟା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ । କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା । 

ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ । ଦୁଇ ଦିନ ହେବ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।

ଏମିତିକି ଗଛକୁ କୁଣ୍ଢେଇ ପ୍ରତିବାଦ କରିଥିଲେ ପ୍ରେରଣା ଅନୁଷ୍ଠାନର ସଭାପତି ଦିଲ୍ଲିପ ଶ୍ରୀଚନ୍ଦନ । ସେହିପରି ବିଧାୟକ ସୁରେଶ ରାଉତରାୟ ମଧ୍ୟ କ୍ଷୋଭ ପ୍ରକାଶ କରି ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି । ତେଣେ ବିଧାୟକଙ୍କ କ୍ୱାର୍ଟର୍ସ ସହରଠାରୁ ଦୂରରେ କରିବାରେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ ।

ଯେଉଁ ସବୁଜିମାର ମଶାଣିରେ ସୌଧ ନିର୍ମାଣ ପାଇଁ ସରକାରଙ୍କ ଏତେ ଆଗ୍ରହ, ମାତ୍ର କେଇଦିନ ତଳେ ସେ ସ୍ଥାନ ଥିଲା ଜୀବନ୍ତ । ଏବେର ଦୃଶ୍ୟ ସହ ସେତେବେଳର ଦୃଶ୍ୟକୁ ତୁଳନା କଲେ ଛାତି ଥରି ଉଠୁଛି । ଶୀତଳ ଗଛ ଛାଇ, ତଳେ ଘାସ ଗାଲିଚାରେ ଘଣ୍ଟା ଘଣ୍ଟା ବସି ପାଠ ପଢୁଥିଲେ ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚାକିରୀ ଆଶାୟୀ ଛାତ୍ରଛାତ୍ରୀ ।