ପୂର୍ବରୁ ଦୁଇ ଓଲିଉଡ୍ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।
ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ଅନୁଭବ, ବର୍ଷା ପାରିବାରିକ ବିବାଦରେ ନିଇତି ଯୋଡି ହେଉଛି ନୂଆ ଫର୍ଦ୍ଦ । ଦୁହିଁଙ୍କ ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ ।
ବର୍ଷା ଘର ଛାଡ଼ନ୍ତୁ, ତାଙ୍କ ରହିବା ଲାଗି ଭଲ ବ୍ୟବସ୍ଥା କରିବୁ । ଭରଣ ପୋଷଣ ପାଇଁ ଇନକମ୍ ସାର୍ଟିଫିକେଟ୍ ଦିଅନ୍ତୁ । ପତ୍ନୀ ବର୍ଷାଙ୍କ ତରଫରୁ ଦାୟର ଘରୋଇ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏହି ଦୁଇଟି ପିଟିସନ ଉପରେ ଆଜି ଶୁଣାଣି ହୋଇଛି ।
ବର୍ଷା-ଅନୁଭବ ପରିବାରିକ ବିବାଦ ମାମଲାର କଟକ SDJM କୋର୍ଟରେ ଶୁଣାଣି ହୋଇଛି...