• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିବିଆଇରେ ପହଞ୍ଚିଲା ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇରେ ଫେରାଦ ହୋଇଛି ଜଗନ୍ନାଥ ସେନା । ପୁରୀ ଜିଲ୍ଲାପାଳ, ASI, ଶ୍ରୀମନ୍ଦିର ପ୍ରଶାସନ, TATA, OBCC ବିରୋଧରେ CBIରେ ଅଭିଯୋଗ କରିଛି ସଂଗଠନ । NMAର ଜାଲ NOC ଚିଠି ସର୍ବ ସମ୍ମୁଖରେ ପ୍ରଦର୍ଶିତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରିରଖିଥିବା ସେନା ପକ୍ଷରୁ ସିବିଆଇରେ ଅଭିଯୋଗ କରାଯାଇଛି । CBI ମାମଲା ରୁଜୁ ନକଲେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ସେନା ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସରକାର ଭୁଲ କରିଛନ୍ତି ଏବେ ମ୍ୟାନେଜ ଏବଂ କଭର ଅପ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । । ଆମସାର ଆକ୍ଟ-୧୯୫୮ର ଖୋଲାଖୋଲି ଉଲ୍ଲଂଘନ ହୋଇଛି । ଯଦି ହୋଇନଥାନ୍ତା ତା ହେଲେ ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟରରୁ ବାହାରକୁ ନେବା ଲାଗି ସରକାର କହିନଥାନ୍ତେ ।

ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୁଷଣ ବେହେରା । ସେ କହିଛନ୍ତି ଯେଉଁମାନଙ୍କୁ ଅର୍ଥନୈତିକ ରାଜନୀତି ଦେଖାଯାଏନି, ସେମାନେ ଏହିଭଳି କଥାକୁ ନେଇ ରାଜନୀତି କରିଥାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶାର ଜନ ସାଧାରଣଙ୍କ ଭାବାବେଗ ସହିତ ଜଡ଼ିତ । ଆମ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସୁରକ୍ଷିତ ରଖିବା ଓ ଅଧିକ ଆକର୍ଷଣୀୟ କରିବା ହେଉଛି ସରକାରଙ୍କ ପ୍ରୟାସ ।