/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653886848.jpg)
Female Assistant Professor Alleges Rape And Blackmailing In Bhubaneswar
ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ। ରାଜଧାନୀ ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ଅଭିଯୋଗ ଆଣିଛନ୍ତି। ମହିଳା ପ୍ରଫେସରଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି।
Advertisment
ଅଭିଯୋଗ ଅନୁସାରେ, ଦୁଷ୍କର୍ମ କରିବା ସହ ବ୍ଲାକମେଲିଂ କରି ମହିଳା ପ୍ରଫେସରଙ୍କୁ ଟଙ୍କା ମାଗୁଥିଲା ଅଭିଯୁକ୍ତ। ଏନେଇ ମହିଳା ପ୍ରଫେସର ଛତିଶଗଡ଼ର କବୀରନଗର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ଜିରୋ FIRରେ ମାମଲା ରୁଜୁ କରି ଖଣ୍ଡଗିରି ପୋଲିସର ତଦନ୍ତ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)