• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଯୁକ୍ତି ପ୍ରକ୍ରିୟା ବନ୍ଦ କଲା OPSC । ୟୁଜିସିର ତାଗିଦ୍‌ ପରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ କଲା OPSC । ୟୁଜିସିର କଡ଼ା ଚିଠି, ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ଚେତିଲା OPSC । ବନ୍ଦ ହେଲା ନିଯୁକ୍ତି ପ୍ରକ୍ରିୟା । ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରି ଓପିଏସ୍‌ସି, ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଫିଜିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ସାକ୍ଷାତକାର ପରୀକ୍ଷା ଏବଂ ୬ ତାରିଖରେ ହେବାକୁ ଥିବା କମର୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚକୁ ବନ୍ଦ ରଖିଛି । 

ଏଥିସହ ଆଗକୁ ପ୍ରକାଶ ପାଇବାକୁ ଥିବା ଇଂରାଜୀ ଆସିଷ୍ଟାଣ୍ଟ ପ୍ରଫେସର ପରୀକ୍ଷା ଫଳକୁ ମଧ୍ୟ ଓପିଏସ୍‌ସି ସ୍ଥଗିତ ରଖିଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ଗତ ୨୦ ତାରିଖରୁ ୩ ମାସ ପାଇଁ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ନିଯୁକ୍ତି ପ୍ରକ୍ରିୟା ଜାରିଥିବାରୁ ଏନେଇ ଓପିଏସ୍‌ସି ସଚିବ ଓ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ତାଗିଦ୍ କରିଥିଲା ୟୁଜିସି । ଏପରିକି ନିଯୁକ୍ତି ପ୍ରକ୍ରିୟା ତୁରନ୍ତ ବନ୍ଦ ନହେଲେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଇଥିଲା । ଆଉ ଏହା ପରେ ଏଭଳି ପଦକ୍ଷେପ ନେଇଛି ଓପିଏସ୍‌ସି ।

ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ୩ ମାସ ପାଇଁ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ହେଲେ ଏହାସତ୍ତ୍ୱେ ବି ଓପିଏସସି ଜାରି ରଖିଥିଲା ନିଯୁକ୍ତି ପ୍ରକ୍ରିୟା, ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ । ୟୁଜିସି ମେ’ ୨୦ରୁ ସୁପ୍ରିମକୋର୍ଟ ରହିତା ଦେଶ ଲଗାଇଥିଲେ ମଧ୍ୟ ସୋସିଓଲୋଜି ଓ କମର୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ଓପିଏସପି ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା ।

ରହିତାଦେଶ ଥିବାରୁ କୌଣସି ପ୍ରକାର ନିଯୁକ୍ତି ବା ନୂଆ ଆଇନ୍ ସମ୍ପର୍କିତ ପ୍ରକ୍ରିୟା ଚାଲିପାରିବ ନାହିଁ । ତେବେ ଓପିଏସ୍‌ସି ଏହାର ଅବମାନନା କରିବା ନେଇ ପ୍ରଶ୍ନ ଉଠାଇଥିଲା ୟୁଜିସି । ଏନେଇ ୟୁଜିସି ସଚିବ ରଜନୀଶ ଜୈନ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ସଚିବଙ୍କୁ ଚିଠି ଲେଖିଥିଲା ।

ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୨୦୨୦କୁ ପ୍ରଥମରୁ ହିଁ ବିଭିନ୍ନ ଫୋରମରୁ ବିରୋଧ କରାଯାଉଛି । ରାଜନୈତିକ ଦଳଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତଙ୍କ ମତ ହେଲା ଏହି ଆଇନ୍ ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବ । ସରକାରଙ୍କ ହସ୍ତକ୍ଷେପ ବଢିବ ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ ନାହିଁ । ହାଇକୋର୍ଟ ଆଇନକୁ ଗ୍ରୀନ୍ ସିଗନାଲ୍ ଦେଇଥିଲେ ମଧ୍ୟ ଓଡିଶାର ଆଇନ୍ ଲାଗୁ ଦ୍ୱାରା ୟୁଜିସି ନିୟମର ଉଲ୍ଲଂଘନ ହେଉଥିବା ହୃଦୟଙ୍ଗମ କରି ସର୍ବୋଚ୍ଚ କୋର୍ଟ ରହିତାଦେଶ ଲଗାଇଛନ୍ତି ।