• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଗତକାଲି ଗୋବର୍ଦ୍ଧନ ମଠରେ ପ୍ରାୟ ୧ ଘଣ୍ଟା ଧରି ଉଭୟେ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ପରିକ୍ରମl ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି ।

ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ତାଙ୍କର ସାକ୍ଷାତ ଓ ଆଲୋଚନା ବ୍ୟକ୍ତିଗତ ଥିବା ସେ କହିବା ସହ ସୁପ୍ରିମକୋର୍ଟ ଆଦେଶ ମୁତାବକ ଶ୍ରୀମନ୍ଦିରର ବ୍ୟାପକ ସଂସ୍କାର ହୋଇଥିବା ସେ କହିଛନ୍ତି ।
ସେପଟେ ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ଜଗଦଗୁରୁ । ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ତାଙ୍କ ଠାରୁ ପରାମର୍ଶ ନେବାର ଆବଶ୍ୟକତା ଥିଲା ବୋଲି ସେ ପୁଣି ଦୋହରାଇଛନ୍ତି ।

ଅନ୍ୟପଟେ ଥମିବାର ନାଁ ନେଉନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ଘଟଣାରେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ବି କାମରେ ଏଏସ୍ଆଇ ସାମିଲ ହୋଇନାହିଁ । ଇଲେକଟ୍ରିକାଲ ବିଲ୍ଡିଂ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି କିନ୍ତୁ ଏଏସ୍ଆଇଙ୍କ ଦେଖା ନଥିବା ଜଣାପଡିଛି । 

ଏନେଇ ହାଇକୋର୍ଟରେ ଆଡ୍‌ଭୋକେଟ ଜେନେରାଲ କହିଥିଲେ, ଚାଲିଥିବା କାର୍ଯ୍ୟ ଓ ଭବିଷ୍ୟତରେ ହେବାକୁ ଥିବା କାମ ରାଜ୍ୟ ସରକାର ଏଏସ୍ଆଇ ସହଯୋଗରେ କରିବେ । କାମ ଚାଲିଥିବା ବେଳେ କୀର୍ତ୍ତିରାଜି ଯେପରି ଅକ୍ଷୂର୍ଣ୍ଣ ରହିବ, ସେଥିପ୍ରତି ଦୃଷ୍ଟି ଦିଆଯିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଏସ୍ଆଇ ନିର୍ମାଣସ୍ଥଳକୁ ଆସିନି କୌଣସି କାର୍ଯ୍ୟ ଉପରେ ଟିପ୍ପଣୀ ଦେଉ ନାହିଁ । କାମ ବନ୍ଦ କରିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଜଣାପଡିଛି । ତେବେ ସୂଚନା ଅଧିକାର ଆଇନରୁ ଓକିଲ ଶରତ ରାୟଗୁରୁଙ୍କୁ ମିଳିଥିବା ସୂଚନାରୁ ଏହି ତଥ୍ୟ ମିଳିଛି ।