Advertisment

ରାଜଧାନୀରେ ଗଛର ଶ୍ମଶାନ, ବିଧାୟକଙ୍କ ପାଇଁ ବଳି ପଡ଼ୁଛି ଶହ ଶହ ଗଛ

ରାଜଧାନୀ ଭୁବନେଶ୍ୱରରେ ବଳି ପଡୁଛି ଶହ ଶହ ପୁରୁଣାକାଳିଆ ଗଛ। ଏସବୁ ଗଛକୁ ବିଧାୟକମାନଙ୍କ ପାଇଁ ସରକାରୀ ସୌଧ ନିର୍ମାଣ ଲାଗି କାଟି ସଫା କରି ଦିଆଯାଉଛି।

author-image
Rajalaxmi Sahoo
Hundreds of trees felled in Bhubaneswar

Hundreds of trees felled in Bhubaneswar

ରାଜଧାନୀ ଭୁବନେଶ୍ୱରରେ ବଳି ପଡୁଛି ଶହ ଶହ ପୁରୁଣାକାଳିଆ ଗଛ। ବର, ଅଶ୍ୱତ୍ଥ, ବଉଳ, ଆମ୍ବ ଏବଂ ନିମ୍ବ ଭଳି ପୁରୁଣା ଗଛ ସବୁ କଟା ଚାଲିଛି। କେଉଁ ଗଛ ୪୦ ବର୍ଷର ତ ଆଉ କେଉଁ ଗଛ ୮୦ ବର୍ଷ ତଳର। ଏପରିକି ନିମ୍ବ, କରଞ୍ଜ, ଦେବଦାରୁ ଆଦି ଗଛ ମଧ୍ୟ ବଳି ପଡ଼ିଛି। ହେଲେ ଏସବୁ ଗଛକୁ ବିଧାୟକମାନଙ୍କ ପାଇଁ ସରକାରୀ ସୌଧ ନିର୍ମାଣ ଲାଗି କାଟି ସଫା କରି ଦିଆଯାଉଛି।

Advertisment

ରବୀନ୍ଦ୍ର ମଣ୍ଡପଠୁ କମିଶନରେଟ ପୋଲିସ ଛକ ଯାଏ ଗଛ ସବୁକୁ କାଟି ଦିଆଯାଇଛି।  ଏହି ରାସ୍ତାରେ ଥିବା ପୁରୁଣା କ୍ୱାଟର୍ସକୁ ବର୍ତ୍ତମାନ ଭଙ୍ଗା ଯାଇ ନୂଆ ଏମ୍ଏଲ୍ଏ କ୍ୱାଟର୍ସ ତିଆରି ହେଉଛି। ଫଳରେ ଏହି ଅଞ୍ଚଳରେ ଯୁଆଡ଼େ ଚାହିଁବେ ସେଇଆଡ଼େ ଖାଲି ଗଛ ଗୁଡ଼ିକ ଟଳି ପଡ଼ିଛି।

୨୭୫ କୋଟି ଟଙ୍କା ବ୍ୟୟରେ ଏହି ସ୍ଥାନରେ ୧୦ ମହଲା ଏବଂ ୧୧ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହେବ। ଯେଉଁଥିରେ ରହିବ ୩ ଶହ କ୍ୱାର୍ଟର। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୨ଶହରୁ ଅଧିକ ଗଛ କଟା ଗଲାଣି। ଏଭଳି ଭାବେ ୮ ଶହ ୭୦ଟି ଗଛକୁ କାଟିବା ପାଇଁ ଚିହ୍ନଟ କରାଯାଇଥିବା ସିଟି ଡିଏଫ୍ଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ଏଭଳି ଗଛ କଟାକୁ ନେଇ ପରିବେଶବିିତ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି। 

Advertisment
Tree Cutting Tree Cutting In Odisha
Advertisment
Advertisment