/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653878131.jpg)
Female Doctor Thrusted In Bhubaneswar
ମହିଳା ଡାକ୍ତରଙ୍କୁ ରାସ୍ତା ଉପରେ ମାଡ଼ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହିପରି ସଙ୍ଗୀନ୍ ଅଭିଯୋଗ । ଲକ୍ଷ୍ମୀସାଗର ଛକରେ ଗାଡ଼ି ହଟାଇବାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଯାହାପରେ ଏଭଳି ସାଂଘାତିକ ଘଟଣା ଘଟିଥିବାର ଜଣାପଡିଛି ।
Advertisment
ଅଭିଯୋଗ ଅନୁସାରେ, ଗତକାଲି ରାତିରେ ମହିଳା ଡାକ୍ତର ହୀନା ଗୁପ୍ତା ଓ ତାଙ୍କ ମାଆ ଘରକୁ ଫେରୁଥିଲେ । ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତର ବ୍ୟବସାୟୀ ବିଶ୍ୱଜିତ୍ ସ୍ୱାଇଁଙ୍କ ଗାଡ଼ିକୁ ସାଇଡ୍ କରିବାକୁ କହିଥିଲେ । ହେଲେ ଗାଡ଼ିକୁ ନହଟାଇ ଗାଳି ଗୁଳଜ କରିବା ସହ ମହିଳା ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ଥାନାରେ ହୋଇଛି ।
କେବଳ ଏତିକି ନୁହେଁ ପୋଲିସ୍କୁ ଏସମ୍ପର୍କରେ ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଥାନା ପରିସରରେ ମହିଳା ଡାକ୍ତରଙ୍କ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଘଟଣାକୁ ନେଇ ପୋଲିସ୍ କିମ୍ବା ବ୍ୟବସାୟୀ ବିଶ୍ୱଜିତ ସ୍ବାଇଁଙ୍କ ପ୍ରତିକ୍ରିୟା ମିଳିପାରିନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)