Advertisment

ପୋଲିସ୍‌ ବାବୁଙ୍କ ନାବାଳିକା ପ୍ରେମ: ଭିଡିଓ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ହେଲେ ଜାଣି ନଥିଲେ...

ଭକ୍ଷକ ସାଜିଲା ରକ୍ଷକ। ଶେଷରେ ପଦାରେ ପଡ଼ିଲା ପୋଲିସ୍‌ ବାବୁଙ୍କ କଳା କାରନାମା। ୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ କରିବା ସହ ଧମକ ଦେବା ଅଭିଯୋଗରେ ଜଣେ କନଷ୍ଟେବଲଙ୍କୁ ଗିରଫ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Constable Arrested

Constable Arrested

ଖାକିରେ ଲାଗିଲା ଦାଗ। ଭକ୍ଷକ ସାଜିଲା ରକ୍ଷକ। ଶେଷରେ ପଦାରେ ପଡ଼ିଲା ପୋଲିସ୍‌ ବାବୁଙ୍କ କଳା କାରନାମା। ୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ କରିବା ସହ ଧମକ ଦେବା ଅଭିଯୋଗରେ ଜଣେ କନଷ୍ଟେବଲଙ୍କୁ ଗିରଫ କରାଯାଇଛି। ପୋଲିସ କମିଶନରେଟ୍‌ରେ କନେଷ୍ଟବଲ ଭାବେ କାର୍ଯ୍ୟ କରୁଥିବା ରଜନୀକାନ୍ତ ଗମାଙ୍ଗୋଙ୍କୁ ଚାଇଲ୍ଡ ଲାଇନ୍‌ର ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ ଗିରଫ କରିଛି। 

Advertisment

ଅଭିଯୋଗ ଅନୁସାରେ, ସମ୍ପୃକ୍ତ ନାବାଳିକାଙ୍କୁ ୧୩ ବର୍ଷ ବୟସରୁ ରଜନୀକାନ୍ତ ଯୌନ ଶୋଷଣ କରି ଆସୁଥିଲେ। ଏପରିକି ସେ ନାବାଳିକା ସହ ଯୌନ ଭିଡିଓ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଶାରିରୀକ ସମ୍ପର୍କ ନରଖିଲେ ସୋସିଆଲ ମିଡିଆରେ ଭିଡିଓ ଛାଡ଼ିବା ଲାଗି କନଷ୍ଟେବଲ ଧମକ ଦେଉଥିଲେ। ନାବାଳିକା ଜଣକ ତାଙ୍କ ସହ ଶାରିରୀକ ସମ୍ପର୍କ ରଖନ୍ତୁ କିମ୍ବା ଭିଡିଓ ଡିଲିଟ୍‌ କରିବା ପାଇଁ ୫୦ ହଜାର ଟଙ୍କା ଦେବା ଲାଗି ରଜନୀକାନ୍ତ ଦାବି କରୁଥିଲେ। 

ଏନେଇ ନାବାଳିକା ଜଣକ ଚାଇଲ୍ଡ ଲାଇନରେ ଅଭିଯୋଗ କରିବା ପରେ ପୋଲିସ୍‌ ବାବୁଙ୍କ ପାପ ସାମ୍ନାକୁ ଆସିଥିଲା। ଚାଇଲ୍ଡ ଲାଇନ୍‌ର ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ୍‌ ରଜନୀକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଡ୍ୟୁଟିରେ ଥିବାବେଳେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାସହ କିଛି ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ପୋଲିସ୍‌ ତାଙ୍କ ଘରୁ ଜବତ କରିଛି। ନାବାଳିକାଙ୍କ ବୟାନ ରେକର୍ଡ କରି ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

Advertisment
Minor Girl Commissionerate Police Constable Constable Arrested
Advertisment
Advertisment