• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଆସନ୍ତା ୨ ଦିନ ଯାଏଁ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଦକ୍ଷିଣ ବାଂଲାଦେଶ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହୋଇପାରେ । ଆଗାମୀ ୨ଦିନ ଯାଏଁ ଉତ୍ତର ଓଡ଼ିଶା ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ।

ସେପଟେ ଚାଷୀଙ୍କ ପାଇଁ ଭଲ ଖବର । ଚଳିତ ବର୍ଷ ଭଲ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଆଇଏମଡିର ଭବିଷ୍ୟବାଣୀ ଅନୁସାରେ ଚଳିତ ବର୍ଷ ଅଧିକ ଓ ଭଲା ବର୍ଷା ହେବ । ତେବେ ଏଥର ହାରାହାରି ବୃଷ୍ଟିପାତ ୧୦୩ ପ୍ରତିଶତ ରହିବାର ସମ୍ଭାବନା ରହିଛି ।

ଏପ୍ରିଲରେ ଆଇଏମ୍‌ଡି ଦେଇଥିବା ସୂଚନା ଅନୁସାରେ ଦେଶରେ ସାଧାରଣ ବୃଷ୍ଟିପାତ ହେବ । ଏହା ସହିତ ଦେଶରେ ଚଳିତ ବର୍ଷ ୮୯.୬ ସେଣ୍ଟିମିଟର ପର୍ଯ୍ୟନ୍ତ ମୌସୁମୀ ବର୍ଷା ରେକର୍ଡ ହୋଇପାରେ । ଗୋଟିଏ ପଟରେ ଦେଶର ଅଧିକାଂଶ ସ୍ଥାନରେ ସାଧାରଣ ଅପେକ୍ଷା ଅଧିକ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟପକ୍ଷରେ ଉତ୍ତର-ପୂର୍ବ, ପୂର୍ବ, ପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସାଧାରଣ ଠାରୁ କମ୍‌ ବୃଷ୍ଟିପାତ ସମ୍ଭାବନା ରହିଛି ।

ବର୍ତ୍ତମାନ ଦକ୍ଷିଣ ଭାରତରେ ମୌସୁମୀର ପ୍ରଭାବ ଥିବାବେଳେ ଏହାର ବେଗରେ ସାମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଲାକ୍ଷାଦୀପ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ କେରଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now