• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲାଗିବ କି ଚକରା ଗ୍ୟାଙ୍ଗ ମେମ୍ବରଙ୍କ ବିରୋଧରେ ଏନ୍ଏସ୍ଏ ? ମାଳମାଳ ମାମଲା ଥାଇ ହେବେ କି ତଡ଼ିପାର ? କ୍ରାଇମ୍ ଫାଇଲକୁ ନେଇ ହେବକି ବଡ ଆକ୍ସନ ? ଚକରା ଗ୍ୟାଙ୍ଗ ଧରାପଡିବା ପରେ ଏବେ କସରତ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।

ପୋଲିସର ହିଟ୍ ଲିଷ୍ଟରେ ଚକରା ଗ୍ୟାଙ୍ଗ୍ । ଏହି ଗ୍ୟାଙ୍ଗର ମୁଖ୍ୟ ଚକରା ନାଁରେ ରହିଛି ୪୦ରୁ ଅଧିକ ମାମଲା । ହତ୍ୟା, ଡକାୟତି, ଲୁଟ, ଆର୍ମସ ଆକ୍ଟ ଭଳି ସଂଙ୍ଗୀନ ମାମଲା ରହିଛି ଚକରା ନାଁରେ । ଖାଲି ୨୦୨୨ରେ ରୁଜୁ ହୋଇଛି ୨୨ଟି ମାମଲା । ଖାଲି ଚକରା କାହିଁକି ଗ୍ୟାଙ୍ଗ ସଦସ୍ୟ ରାଜେଶ ମହାପାତ୍ର, ରବିନ ଶତପଥୀ ନାଁରେ ବି ରହିଛି ମାଳମାଳ ମାମଲା ।

ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଥିବା ଗ୍ୟାଙ୍ଗ ସଦସ୍ୟ ରାଜେଶ ମହାପାତ୍ର ନାଁରେ ମୋଟ ୩୬ଟି ଅପରାଧିକ ମାମଲା ଥିବା ବେଳେ, ରବିନ ମୁଣ୍ଡରେ ରହିଛି ୩୨ରୁ ଅଧିକ ସଙ୍ଗୀନ ମାମଲା । ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ବିରୋଧରେ ଡଜନ ଡଜନ ମାମଲା ଥିବାରୁ ଏବେ ସେମାନଙ୍କୁ ଏନଏସଏ କିମ୍ବା ତଡ଼ିପାର କରିବାକୁ ପ୍ଲାନ କରୁଛି ପୋଲିସ ।

 

ଲୁଟ, ଡକାୟତି, ରାହଜାନୀ, ଷ୍ଟ୍ରିଟ କ୍ରାଇମକୁ ନେଇ ପୋଲିସ ଚିନ୍ତାରେ ଥିବାବେଳେ, ରାଜଧାନୀରେ ଅପରେଟ ହେଉଛି ଏଭଳି ଏକାଧିକ ଗ୍ୟାଙ୍ଗ । ଚକରା ଗ୍ୟାଙ୍ଗ ସଂପର୍କରେ ଅଧିକ ତଥ୍ୟ ପାଇଁ ପୋଲିସ, ରାଜେଶ ମହାପାତ୍ରକୁ ୧୦ ଦିନ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି । ପୋଲିସ ଅତୀତରେ ଏକାଧିକ ଅପରାଧୀଙ୍କୁ ତଡ଼ିପାର କରିବା ସହ ୭ରୁ ଅଧିକ ଅପରାଧୀଙ୍କ ବିରୋଧରେ ଏନଏସଏ ଲଗାଇଛି । ତେବେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ଚକରା ଗ୍ୟାଙ୍ଗକୁ ନେଇ ଆଗକୁ କମିଶନରେଟ ପୋଲିସ  କି ବଡ ଆକ୍ସନ ନେଉଛି । ତାହା ଦେଖିବାରର କଥା ।