କଳିରୁ ପ୍ରଥମେ ଗାଡିରୁ ସ୍ତ୍ରୀ ଓ ପୁଅକୁ ଓହ୍ଲାଇ ପଳାଇଥିଲା ସ୍ୱାମୀ । ସ୍ୱାମୀ ଯିବା ପରେ ଅନ୍ୟ ଜଣଙ୍କ ସହ ବାଇକରେ ପଳାଇଥିଲେ ସ୍ତ୍ରୀ । ରାତିରେ ପାଟ୍ରୋଲିଂ ବେଳେ ରାସ୍ତାରୁ ଛୁଆକୁ ଉଦ୍ଧାର କଲା ପୋଲିସ ।
୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା
ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।
ଲାଇନ୍ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା ରହିଗଲା । ତେଣୁ ବକେୟା ଟଙ୍କା ବାହାନାରେ ଏବେ ଗାଁରୁ ବିଜୁଳି କାଟିଦେଲା ବିଭାଗ । ଲାଇନ୍ କଟିବାରୁ ତିନିଟି ଗାଁ ୩ ଦିନ ହେଲାଣି ଅନ୍ଧାରେ ରହିଛି ।
କୁଆପଥର ମାଡ଼ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।
ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର ।
୨୭ ବର୍ଷିୟ ଜିନା ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର
ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା
ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଉଭୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।
ଦିନ ଥିଲା ଏଠି ଅକାତ ଅକାତ ପାଣି ଥିଲା । ଲୋକେ ଆସୁଥିଲେ, ବୋଟରେ ବୁଲୁଥିଲେ । କିନ୍ତୁ ଜଳ ଭଣ୍ଡାରରେ ହେଲେ ଏବେ ଏଠି ନାହିଁ ଜଳଶୟର ଚିହ୍ନବର୍ଣ୍ଣ ।
ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା।
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ, ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?
ଦୁଇଟି ଯାକ କିଡନୀ ଖରାପ ହୋଇଥିବାରୁ ଏବେ ଚିକିତ୍ସା ନିହାତି ଦରକାର । ଡାକ୍ତରଙ୍କ କହିବା ଅନୁସାରେ, ଚିକିତ୍ସା ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କା ଦରକାର । ମନୋରଂଜନ ଘରେ ପରିବା ପରେ ରୋଜଗାର ତ ଟଙ୍କାଟିଏ ହେଉନାହିଁ ସେଇଠି ୨୫ ଲକ୍ଷ ଆସିବ ବା କେଉଁଠୁ ? ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ଖଣ୍ଡକ ମିଳିଛି ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଦିନ ଯେତିକି ଯେତିକି ବଢୁଛି ତାଙ୍କ ଯନ୍ତ୍ରଣା ବି ସେତିକି ସେତିକି ବଢିବାରେ ଲାଗିଛି
ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ ।
ବିଜୁ ବାବୁଙ୍କର ଜୟନ୍ତୀ ଉପଲକ୍ଷେ ବିଜେଡିର ମଧ୍ୟ ଦୁଇଟି ସ୍ଥାନରେ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା । ଗୋଟିଏ ବିଧାୟକ ପର୍ଶୁରାମ ଧଡ଼ାଙ୍କର ଗୋଷ୍ଠୀ ହୋଇଥିବା ବେଳେ ଅନ୍ୟଟି ଥିଲେ ବିଦ୍ରୋହୀ ଗୋଷ୍ଠୀ l
ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।
ସାଲେପୁର ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ସମୀର ମହାନ୍ତି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିଶାନା ସାଧିଛନ୍ତି । କହିଛନ୍ତି ଲୋକେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ, ହେଲେ ଶାସନ କିଏ କରୁଛନ୍ତି ରାଜ୍ୟବାସୀ ଜାଣିଗଲେଣି ।
ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍ ଜିମା ଦେଇଛନ୍ତି।