ଭୟଙ୍କର ଭାବରେ ମାତିଲେଣି ଚନ୍ଦନ ତସ୍କର । ବନସମିତି ଜଗିବା ପରେ ବି ଖାଲି କରିଦେଉଛନ୍ତି ଜଙ୍ଗଲ । ପ୍ରଶାସନ କହୁଛି କେବଳ ପାଟ୍ରୋଲିଂ ବଢିଯିବ, ଏପଟେ ଖାଲି ହେଉଛି ଜଙ୍ଗଲ
ରାତି ଅଧିରେ ମାଫିଆଙ୍କ କାଠ ଚୋରା ଚାଲାଣ । ବନ ବିଭାଗ ଗାଡ଼ି ସିଜ୍ କରିବା ପରେ ପୁଷ୍ପା ଷ୍ଟାଇଲରେ ଛଡ଼ାଇ ନେବାକୁ ଉଦ୍ୟମ କଲେ ମାଫିଆ । ଦୁଇ ଦିନ ତଳେ ବାଲେଶ୍ୱର ନୀଳଗିରି ବନଖଣ୍ଡ ଅଞ୍ଚଳରେ ଘଟିଛି ଏମିତି ନାଟକୀୟ ଘଟଣା ।
ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା ।
ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର..ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା
୧୧ ତସ୍କରଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲା ଗଣ୍ଡାହାତୀର ୪ ଜଣ
ବାଦଶାହ ମଲ୍ଲିକ୍ ଅଣ୍ଡର ୱାର୍ଲ୍ଡ ସହ ମିଶି ଦେଶ ବିଦେଶକୁ ଚୋରା ଚାଲାଣ କରୁଥିଲା ରକ୍ତ ଚନ୍ଦନ କାଠ । ଗୁଇନ୍ଦା ଖବର ପାଇବା ପରେ ଇଡି ପକ୍ଷରୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ବିଭନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଜାଲରେ ପଡିଗଲା କୁଖ୍ୟାତ ମାଫିଆ ।
ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି ।