• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Balesore Khabar

Ram Navami Celebrations
ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସାରା ଭାରତ

ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ  ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।

Rainfall Likely In 15 Districts Of Odisha
ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Odisha dipped in worship on ram navami
ଆଜି ପବିତ୍ର ଶ୍ରୀରାମ ନବମୀ, ଭଦ୍ରକରେ ନଗର ସଂକୀର୍ତ୍ତନ ବେଳେ ଉଡ଼ିବ ଡ୍ରୋନ୍‌ କ୍ୟାମେରା

ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି।

Heavy Rain
ଏପ୍ରିଲ ୧ ଯାଏଁ ରାଜ୍ୟରେ ଝଡ଼ବର୍ଷା !

ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ ।

Fake Certificate
ଜାଲ୍ ସାର୍ଟିଫିକେଟ୍‌ର ଫ୍ୟାକ୍ଟ୍ରିବଲାଙ୍ଗିର ! ଅଢ଼େଇରୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ, ଧରାପଡ଼ିଲେ...

କେନ୍ଦ୍ରାପଡ଼ାରେ ବି ସାର୍ଟିଫିକେଟ୍ ଜାଲିଆତି । ଯେତେ ଅଧିକ ଟଙ୍କା, ସେତେ ଅଧିକ ମାର୍କ ।

western disturbance
୨୯ରେ ଆଉ ଏକ ପଶ୍ଚିମା ଝଡ଼ ! ଆଜିଠୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିପାରେ

Rainfall Alert For 13 Districts Of Odisha
ସତର୍କ ରୁହନ୍ତୁ ! ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Monkey’s 11th day death ritual
ମାଙ୍କଡ଼ ପାଇଁ ଲଣ୍ଡା ହେଲେ... ଶୁଦ୍ଧିକ୍ରିୟା ବି କଲେ

ଗାଁରେ ରହୁଥିଲା, ହେଲେ ବିଜୁଳି ଖୁଣ୍ଟରେ ଲାଗି ଜୀବନ ଚାଲିଗଲା । ଆଉ ମାଙ୍କଡ଼ର ମୃତ୍ୟୁ ପରେ ଶୋକରେ ବୁଡ଼ିଗଲେ ଗାଁ ଲୋକେ । ମାଙ୍କଡ଼ର ଦେହାନ୍ତ ହେବା ପରେ କୀର୍ତ୍ତନ କରି ଶତ୍କାର କରିବା ସହିତ ଶୁଦ୍ଧକ୍ରିୟା ବି କରିଥିଲେ । ଖାଲି ଶୁଦ୍ଧକ୍ରିୟା ନୁହେଁ ବରଂ ମାଙ୍କଡ଼ର ଫଟୋକୁ ଧରି ଆଜି ବି ଭଜନ କୀର୍ତ୍ତନରେ ଗାଁ ପରିକ୍ରମା କରୁଛନ୍ତି ଲୋକେ । ଗୋଟିଏ ଗାଁରେ ମାଙ୍କଡ଼ ମରିଥିଲେ ବି ପାଖ ଗାଁର କୀର୍ତ୍ତନିଆ ଦଳ ଆସି ସେହି ଗାଁରେ କରୁଛନ୍ତି କୀର୍ତ୍ତନ

Jeevan Bindu
ଜୀବନ ବିନ୍ଦୁ ନାଁରେ ଏକି ଜାଲିଆତି ?

ଜୀବନ ବିନ୍ଦୁ ରକ୍ତ ସଂକଟ ଦୂର ପାଇଁ ଦଳର ଏଇ କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନ କୁହେ ବିଜେଡି । ହେଲେ ବାସ୍ତବରେ ଦଳର ଏ ମହତ ଅଭିଯାନ ଚାଲିଛି କେମିତି ? ସତର କିଭଳି ଭିତ୍ତି ଉପରେ ଚାଲିଛି ଦଳର ଏ ଫ୍ଲାଗସିପ୍ ପ୍ରୋଗ୍ରାମ ?

Commission
ବିନା ଲାଞ୍ଚରେ ପତ୍ର ହଲୁନି; ‘ପିସି ପସନ୍ଦ ନହେଲେ ଫାଇଲ ଘୁଞ୍ଚୁନି’

‘ପିସି ନାହିଁ ତ କାମ ନାହିଁ, ହାତଗୁଞ୍ଜା ନଦେଲେ ଫାଇଲ ଚାଲିବା ବନ୍ଦ’ । ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ପରେ ଏ ହେଉଛି ଗ୍ରାଉଣ୍ଡର ସ୍ଥିତି ।

SHG
SHG ଟଙ୍କା ଲାଗୁଛି ସୁଧରେ ! ପ୍ରକଳ୍ପ କରି ଆତ୍ମନିର୍ଭରଶୀଳ ହେବା ବଦଳରେ କରୁଛନ୍ତି ଗଫଲତି !

SHGଙ୍କ ପାଇଁ ଆସୁଥିବା ଟଙ୍କାରେ ମହାଜନୀ କାରବାର । କେଉଁଠି ସବୁ ଅର୍ଥ ଚଳୁ ତ କେଉଁଠି ସୁଧ ବେପାର ଅଭିଯୋଗ ।

7 Odisha cities have air pollution at alarming level
ଓଡ଼ିଶାର ଏହି ୭ ସହରରେ ବାୟୁ ପ୍ରଦୂଷଣ ସାଂଘାତିକ

ରାଜ୍ୟର ୭ ସହରରେ ପ୍ରଦୂଷଣ ମାତ୍ରା ବିପଦଜନକ ସ୍ଥିତିରୋ ଏହାକୁ ଦୃଷ୍ଟିରେ ରଖି ଏହି ସହର ଗୁଡ଼ିକୁ ନନ୍ ଆଟେନ୍‌ମେଣ୍ଟ ସିଟି ଭାବେ ଚିହ୍ନଟ କରାଯାଇଛି।

special story
ସ୍ୱାମୀ-ସ୍ତ୍ରୀଙ୍କ ଏମିତି କଳି, ଅନ୍ଧାର ରାସ୍ତାରେ ଛୁଆକୁ ଛାଡ଼ି ଛୁ . . .

କଳିରୁ ପ୍ରଥମେ ଗାଡିରୁ ସ୍ତ୍ରୀ ଓ ପୁଅକୁ ଓହ୍ଲାଇ ପଳାଇଥିଲା ସ୍ୱାମୀ । ସ୍ୱାମୀ ଯିବା ପରେ ଅନ୍ୟ ଜଣଙ୍କ ସହ ବାଇକରେ ପଳାଇଥିଲେ ସ୍ତ୍ରୀ । ରାତିରେ ପାଟ୍ରୋଲିଂ ବେଳେ ରାସ୍ତାରୁ ଛୁଆକୁ ଉଦ୍ଧାର କଲା ପୋଲିସ ।

Farmer Problem
ସବୁ ସାରିଦେଲା ବର୍ଷା : ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା

Rainfall Likely Continue In Odisha For Next 2 Days
ଆହୁରି ୨ ଦିନ ତାଣ୍ଡବ ରଚିବ ପଶ୍ଚିମା ଝଡ଼ ! ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା...

ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।

Lightning strike
ବଜ୍ରାଘାତରେ ଦୁଇ ମୃତ ! ୨ ଗୁରୁତର

ବଜ୍ରାଘାତରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି ।

Matric examination
ମାଟ୍ରିକ୍‌ ପରୀକ୍ଷା ଚାଲିଛି : ୩ ଦିନ ହେଲାଣି ଅନ୍ଧାରରେ ୩ ଗାଁ

ଲାଇନ୍‌ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍‌ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା ରହିଗଲା । ତେଣୁ ବକେୟା ଟଙ୍କା ବାହାନାରେ ଏବେ ଗାଁରୁ ବିଜୁଳି କାଟିଦେଲା ବିଭାଗ । ଲାଇନ୍‌ କଟିବାରୁ ତିନିଟି ଗାଁ ୩ ଦିନ ହେଲାଣି ଅନ୍ଧାରେ ରହିଛି ।

Today Rainfall Likely In 15 Districts Of Odisha
ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ ! ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ସତର୍କ ରୁହନ୍ତୁ...

କୁଆପଥର ମାଡ଼ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Fraudster arrested for duping students to help pass Plus 2 exam
ପେଶା ଓକିଲ, ହେଲେ ନିଶା ଠକେଇ...ମାଷ୍ଟରମାଇଣ୍ଡ ଲଗାଇ ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଉଥିଲେ

ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ପାସ୍ କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି।

Fire In Forest In Various Places Across Odisha
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ: ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍‌। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।

Jungle Firemishap
ମାଡ଼ି ଚାଲିଛି ଜଙ୍ଗଲ ନିଆଁ ! ୧୨ ଶହରୁ ଅଧିକ ସ୍ଥାନରେ ଜଳୁଛି, ବନ୍ୟଜନ୍ତୁ ଜନବସତି ମୁହାଁ

ଜନବସତି ମୁହାଁ ଜଙ୍ଗଲ ଯନ୍ତୁଙ୍କୁ ନେଇ ଚିନ୍ତା । ନିଆଁ ଲଗାଉଥିବା ବ୍ୟକ୍ତି ସମ୍ପର୍କରେ ଖବର ଦେଲେ ୧୦ ହଜାର ପୁରସ୍କାର ।

bike stunt
ବାଲେଶ୍ୱରର ବୁଲେଟ୍‌ ରାଣୀ : ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରି ଚମକାଇ ଦେଲେ ଜିନା

୨୭ ବର୍ଷିୟ ଜିନା ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର