Advertisment

ଦିନ ଦ୍ୱିପ୍ରହରରେ ବଡ଼ ଧରଣର ଲୁଟ୍‌: ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ନେଇ ପଳାଇଲେ...

ବ୍ୟାଙ୍କ ପୋଛିଦେଲେ ଲୁଟେରା। ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Balasore News

Major bank robbery in Balasore

ବ୍ୟାଙ୍କ ପୋଛିଦେଲେ ଲୁଟେରା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଚନ୍ଦନେଶ୍ୱର ସ୍ଥିତ ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ ହୋଇଛି। ୭ରୁ ୮ଜଣ ଡକାୟତ ବ୍ୟାଙ୍କ ଭିତରେ ପଶି ପିସ୍ତଲ ଦେଖାଇ ଟଙ୍କା, ସୁନା ଲୁଟି ନେଇଛନ୍ତି। ଆଜି ଅପରାହ୍ଣରେ ଏହି ଲୁଟ୍‌ ହୋଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ୭ରୁ ୮ଜଣ ଡକାୟତ ଆଜି ଅପରାହ୍ଣରେ ଚନ୍ଦନେଶ୍ୱର ସ୍ଥିତ ୟୁନିୟନ ବ୍ୟାଙ୍କ ଭିତରେ ପଶିଥିଲେ। ଏହାପରେ ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଟଙ୍କା, ସୁନା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଥିଲେ। ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା ଓ ସବୁ ସୁନା ଲୁଟ୍‌ ହୋଇଥିବା ସୂଚନା ମିଳିଛି।

ଦୁର୍ବୃତ୍ତମାନେ ଟଙ୍କା, ସୁନା ଲୁଟି ପଶ୍ଚିମବଙ୍ଗକୁ ପଳାଇଥିବା ଜଣାପଡ଼ିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ତାଲା ଖୋଲିବା ସହ ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Bank Loot Bank Robbery
Advertisment
Advertisment