Advertisment

BJD Conflict : କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ଯାହା ଆଗରୁ କେବେ ଦେଖାଦେଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଆଉ ନବୀନଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଭୟ କରୁନାହାନ୍ତି ବରିଷ୍ଠ ବିଜେଡି ନେତା ।

author-image
Deviprasad Jena
undefined

Biju Janata Dal Odisha

ଆଉ ନବୀନଙ୍କ ତାଗିଦକୁ ବି ଖାତିର ନାହିଁ । ନବୀନଙ୍କୁ କାଉଣ୍ଟର କରି ବିଜେଡିରେ ଅଡୁଆ ପରିସ୍ଥିତି ସୃଷ୍ଟି କଲେଣି ବରିଷ୍ଠ ନେତା । ଆଜି ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତିଙ୍କ ନାଲି ଆଖିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ଉଭୟ ପାଣ୍ଡିଆନଙ୍କୁ ଟାର୍ଗେଟକରି ଖୋଲା ଖୋଲି ବିଦ୍ରୋହ ଘୋଷଣା କରିଛନ୍ତି । ଏଭଳି ସ୍ଥଳେ ଆଗକୁ ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଥିବା ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।

Advertisment

ଯାହା ଆଗରୁ କେବେ ଦେଖାଦେଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି । ନବୀନଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଆଉ ଭୟ କରୁନାହାନ୍ତି ବରିଷ୍ଠ ବିଜେଡି ନେତା । ଆଜି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ତାଗିଦକୁ ବିରୋଧ କରିଛନ୍ତି । ପ୍ରଫୁଲ୍ଲ କହିଛନ୍ତି, ବ୍ୟକ୍ତିଗତ ଭାବେ କିଏ କେଉଁଠି ବନ୍ଧୁମାନଙ୍କ ସହ ବସା ଉଠା କରିବ ସେଥିରେ କ'ଣ ସଭାପତିଙ୍କ ଅନୁମତି ନେବୁ । ଆମେ ଦଳର ହିତ ସାଧନ ପାଇଁ ଆଲୋଚନା କରୁଛୁ । ସେହିପରି ନବୀନ ପଟ୍ଟନାୟକ, ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଥିବା କଥାରେ ମଧ୍ୟ କଡା ସମାଲୋଚନା କରିଛନ୍ତି ପ୍ରଫୁଲ୍ଲ । କହିଛନ୍ତି ପାଣ୍ଡିଆନ୍ ନିଜେ ସାମ୍ନାକୁ ଆସି ସ୍ପଷ୍ଟ କରନ୍ତୁ । କାରଣ ପାଣ୍ଡିଆନ୍ ଫାକ୍ଟରକୁ ଦଳରୁ କେହି ଗ୍ରହଣ କରୁନାହାଁନ୍ତି । ସେହିପରି କିଏ ୱକଫ୍ ନିଷ୍ପତ୍ତି ବଦାଳାଇବା ଭଳି ଅନ୍ତର୍ଘାତୀ କାମ କଲା ତାକୁ ଚିହ୍ନଟ କରାଯିବା ଦରକାର ।

ଅଧିକ ପଢ଼ନ୍ତୁ : ବିଜେଡି ମୁଖିଆଙ୍କୁ ପ୍ରଭାତ ତ୍ରିପାଠୀଙ୍କ କଡ଼ା କାଉଣ୍ଟର; କହିଲେ, ୱକ୍‌ଫ ପ୍ରସଙ୍ଗ ଏଡ଼ାଇବାକୁ ମୋ ସସପେଣ୍ଡକୁ ଅସ୍ତ୍ର

Advertisment

ସେପଟେ ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ପ୍ରଫୁଲ୍ଲଙ୍କ ସହ ସ୍ବର ମିଳାଇଛନ୍ତି । ସେ ମଧ୍ୟ ନବୀନଙ୍କ ମେଳି କଟକଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ପାଣ୍ଡିଆନଙ୍କ ସମର୍ଥନରେ ଥିବା ନବୀନ ବୁଝିବା ଦରକାର ଯେ ପାଣ୍ଡିଆନ୍ ଚାକିରି ଛାଡି ବିଜେଡ଼ିରେ ଯୋଗଦେବା ବିପର୍ଯ୍ୟୟର କାରଣ ।

ଅପରପକ୍ଷେ ବରିଷ୍ଠ ନେତା ନିଜ ଅଭିମାନ ସମ୍ପର୍କରେ ସଭାପତିଙ୍କ ଆଗରେ ଆଲୋଚନା କରିବା ଉଚିତ ଏବଂ ଏଭଳି ରୋଷରୁ ଦଳ କ୍ଷତିଗ୍ରସ୍ତ ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର । ଦିନେ ନବୀନଙ୍କ କଥା ଦଳରେ ବେଦର ଗାର ସଦୃଶ ଥିଲା । ମାତ୍ର ୱକଫ୍ ବିଲ୍‌କୁ ନେଇ ରାଜ୍ୟସଭାରେ ଦଳର ଷ୍ଟାଣ୍ଡ ଓ ପାଣ୍ଡିଆନଙ୍କୁ କ୍ଲିନ୍‌ଚିଟ୍‌ ପରଠୁ ଏବେ ନବୀନଙ୍କୁ ବି ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି ବହୁ ବରିଷ୍ଠ ।

ଯେଉଁଥିପାଇଁ ଏବେ ଅସନ୍ତୁଷ୍ଟଙ୍କ ସିଧା ଟାର୍ଗେଟରେ ନବୀନ । ତେଣୁ ଏଭଳି ସ୍ଥିତିରେ ବିଜେଡିରେ ଆଗକୁ ଏକ ବଡ଼ ଗୋଷ୍ଠୀ, ଜୋରଦାର ବିଦ୍ରୋହ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି । ବିଜେଡିରେ ୱକଫ୍ ନିଆଁ ଥମିବାର ନାଁ ଧରୁନି ବରଂ ଦାନା ବାନ୍ଧୁଛି ନବୀନ-ପାଣ୍ଡିଆନ ବିରୋଧୀ ମେଳି । ଏଭଳି ସ୍ଥଳେ ଆଗକୁ ଯେ ବିଜେଡି ସ୍ଥିତି ସଙ୍ଗୀନ ହେବାକୁ ଯାଉଛି ତାହା ଏବେଠୁ ଜଳ ଜଳ ଦେଖାଗଲାଣି ।

ଅଧିକ ପଢ଼ନ୍ତୁ : ଆମେ ହୋଟେଲରେ ବସିବୁ, କେହି ନାଲିଆଖି ଦେଖାଇ ପାରିବେନି, କହିଲେ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ

Naveen Patnaik Biju Janata Dal BJD Leaders VK Pandian
Advertisment
Advertisment