ଆରମ୍ଭ ହେବା ପରେ ଶେଷ ହେବାର ନାଁ ନେଉନି ଯଲିଉଡ଼ କଳି । ପ୍ରତ୍ୟକ ଦିନ କଳିରୁ ସୃଷ୍ଟି ହେଉଛି ନୂଆ ନୂଆ ବିବାଦ । ବିବାଦ ଯେମିତି ଥମିବାର ନାଁ ନେଉନି । ପୀୟୂଷଙ୍କ ଠାରୁ ଆରମ୍ଭ ହୋଇଥିବା ବିବାଦ କେଉଁଠି ଶେଷ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।
ଯାତ୍ରା ମଞ୍ଚ ଚଢ଼ିବେନି ପୀୟୂଷ ତ୍ରିପାଠୀ । ମୁହଁରେ ଲାଗିବନି ରଙ୍ଗ, କହିବେନି ଡାଏଲଗ୍ । ସରିଛି ବର୍ଷକର ଟଙ୍କା ଫେରସ୍ତ । ଦିନ ତମାମ ଭୁବନେଶ୍ବର ହୋଟେଲରେ ବୈଠକ ବସିବା ପରେ ଶେଷରେ ପୀୟୂଷ ନେଇଛନ୍ତି ଏହି ନିଷ୍ପତ୍ତି । ତେଣୁ ପୀୟୂଷଙ୍କ ଅଭିନୟର ଯାଦୁରେ ଆଉ ପଡ଼ିପବନି ଦର୍ଶକଙ୍କ ତାଳି ଆଉ ଗାଳି ।
କିଛି ଦିନ ପୂର୍ବେ ଗଣମାଧ୍ୟମରେ ମୁହଁ ଖୋଲି ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ବିବାଦ ସମାଧାନ ହୋଇଥିବା ଏବଂ ସେ ଆସନ୍ତାବର୍ଷ ସିଂହବାହିନୀ ପାର୍ଟିରେ ଯୋଗଦେବା କଥା କହିଥିଲେ ।
ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ।
ଚୁକ୍ତି ମୁତାବକ ୨ଟି ଯାତ୍ରା ମାଲିକଙ୍କୁ ହାଇପେଡ୍ ଆର୍ଟିଷ୍ଟ ପୀୟୁଷ କୋଟିଏ ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ଅର୍ଥାତ ଏହି ବର୍ଷକ ପାଇଁ ନା ଯାତ୍ରାପାର୍ଟି ସୂର୍ଯ୍ୟମନ୍ଦିର ନା ସିଂହବାହିନୀ, କୌଣସି ମଞ୍ଚିରେ ଦେଖିବାକୁ ମିଳିବନି ପୀୟୁଷଙ୍କୁ।
ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା ଯାତ୍ରା ମାଲିକ ସଂଘ । ଏଥର ଗୋଟିଏ ପାର୍ଟିରୁ ଅନ୍ୟ ଯାତ୍ରା ପାର୍ଟିକୁ ଯିବା ପାଇଁ ଆବଶ୍ୟକ ପଡ଼ିବ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC । ଏହାସହ ପୀୟୂଷ ଟଙ୍କା ଫେରସ୍ତ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଯାତ୍ରା ପାର୍ଟି ମାଲିକ ।
ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ସେଠାରେ ପହଞ୍ଚିଥିଲେ ।
ବୈଠକରେ ସାମିଲ ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିୟୂଷ କହିଛନ୍ତି, ‘ସଂଘର ନିଷ୍ପତି ଶିରୋଧାର୍ଯ୍ୟ । ଯାତ୍ରା ଜଗତରେ ଉଠିଥିବା ପ୍ରତ୍ୟେକ ବିବାଦ ସମାଧାନ ହୋଇଯିବା ଉଚିତ । ବିବାଦର ସମାଧାନ ହୋଇଯିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।‘
ବର୍ଷକ ପାଇଁ କୌଣସି ମଞ୍ଚରେ ନରି ପଣ୍ଡାଙ୍କୁ ଅଭିନୟର ସୁଯୋଗ ଦିଆଯିବ ନାହିଁ ବୋଲି ଆଜି ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଏକ ହୋଟେଲରେ ୧୩ଟି ଯାତ୍ରା ମାଲିକଙ୍କୁ ନେଇ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକରେ ମିଳିତ ନିଷ୍ପତ୍ତି ହୋଇଛି । ଅପରପକ୍ଷେ ସତ୍ୟ ସାମ୍ନାକୁ ନଆସିବା ଯାଏଁ ମୁହଁରେ ପାଉଡ଼ର ଲଗାଇବେନି କହିଛନ୍ତି ନରି ପଣ୍ଡା ।
ଚଳିତ ବର୍ଷ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ବିବାଦ ସୃଷ୍ଟିହେବା ପରେ ତାଙ୍କୁ ପୂରା ଯାତ୍ରା ସାମ୍ରାଜ୍ୟରୁ ବ୍ୟାନ୍ କରିଛନ୍ତି ଯାତ୍ରା ମାଲିକ ସଂଘ । ଅପରପକ୍ଷେ ସୋସିଆଲ୍ ମିଡିଆରେ ପୀୟୁଷ ତ୍ରିପାଠୀଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ସେ ସାଙ୍ଗରେ ଆଣିଥିବା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି କହିଲେ, ଯଦି ମିଛ କହୁଥିବି କୁଷ୍ଠରୋଗ ହୋଇଯିବ । ଜଗନ୍ନାଥଙ୍କୁ ଧରି ସେ କାନ୍ଦି ପକାଇଛନ୍ତି । ସେ କହିଛନ୍ତି ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ ସଞ୍ଜୀବ ପାଢ଼ୀ ମୋତେ ଟଙ୍କା ଦେବା ଠିକ୍, ଗାଡ଼ି ଦେବା ଠିକ୍ କିନ୍ତୁ ପରିମାଣ ଭୁଲ୍ । ୫ ଦେଇକି ୨୫ କହୁଛନ୍ତି ।