• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅତି ଆକର୍ଷଣୀୟ ଢଙ୍ଗରେ ମଣ୍ଡପ ସଜାଯାଇଛି...ବିଦେଶୀ ଫୁଲର ବାସ୍ନାରେ ଏରିୟା ମହକୁଛି । ବର କେତେବେଳେ ଆସିବ ସେଇଥି ପାଇଁ ସଜେଇ ହୋଇ କନିଆଁ ଅପେକ୍ଷା କରି ରହିଛି । ସେପଟେ ନାଚି ନାଚି ବରଯାତ୍ରୀ ଆସୁଛନ୍ତି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ସାଧାରଣ ବାହାଘରରେ ଏସବୁ ହୁଏ । ଏଥିରେ ନୂଆ କଣ? ସାଧାରଣ ବାହାଘର ପରି ବାହାଘର ତ ହେଲା ସତ କିନ୍ତୁ ତାହା ଅସାଧାରଣ । କାରଣ ସେ ନବଦମ୍ପତି ସାଧାରଣ ମଣିଷ ନୁହଁନ୍ତି ବରଂ ଦିବ୍ୟାଙ୍ଗ । ଆଶ୍ଚର୍ଯ୍ୟ ହୋଇଗଲେ କି? ସେମାନେ ଦିବ୍ୟାଙ୍ଗ ସତ କିନ୍ତୁ ବିବାହ କରି ସୃଷ୍ଟି କରିଛନ୍ତି ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ବାଲେଶ୍ୱରର ସୋରରେ ଦୁଇ ଦିବ୍ୟାଙ୍ଗଙ୍କ ବାହାଘରକୁ ନେଇ ଏବେ ଭାରି ଚର୍ଚ୍ଚା । ପିଲାଟି ଦିନରୁ ଉଭୟେ ବାକ୍‌ ଶକ୍ତି ହରାଇଛନ୍ତି, କଥା କହିପାରନ୍ତି ନାହିଁ । କେବଳ ଠାରରେ ଠାରରେ ଉଭୟେ କଥାବାର୍ତ୍ତା କରନ୍ତି...କିନ୍ତୁ ସେମାନଙ୍କ ପରିବାର ଲୋକେ ସବୁ କଥା ବୁଝିପାରନ୍ତି । ଆଉ ସେହି ଠାର ଠାରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଲେ, ଏବେ ବିବାହ ବି କଲେ ।

ସୋର ଅଂଚଳର ଲକ୍ଷ୍ମଣ ପଣ୍ଡାଙ୍କ ଝିଅ ଶୁଭଶ୍ରୀ ପଣ୍ଡା ନୟାଗଡ ରାମଚନ୍ଦ୍ରପୁର ଗାଁର କୈଳାସ ଚନ୍ଦ୍ର ପଣ୍ଡାଙ୍କ ପୁଅ ସୌମ୍ୟରଞ୍ଜନ ପଣ୍ଡାଙ୍କର ବାହାଘର ହୋଇଛି l ପିଲାଦିନରୁ ସେମାନେ କଥା କହିପାରନ୍ତି ନାହିଁ ସତ କିନ୍ତୁ ଏବେ ସାତ ଜନ୍ମ ପାଇଁ ସାଥୀ ହୋଇଯାଇଛନ୍ତି । ଉଭୟ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ, ଆଉ ପାଠ ପଢାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ବନ୍ଧୁତା ବଢିବା ପରେ ପରିବାରର ହସ୍ତକ୍ଷେପ ଲୋଡିଥିଲେ ଉଭୟେ । ଶୁଭଶ୍ରୀ ଓ ସୌମ୍ୟରଂଜନଙ୍କ ପରିବାର ମଧ୍ୟ ପିଲାଙ୍କ ନିଷ୍ପତ୍ତିରେ ସହମତି ପ୍ରକାଶ କରିବା ସହିତ ଧୁମଧାମ୍‌ରେ ବାହାଘର କରିବା ଲାଗି ଆୟୋଜନ କରିଥିଲେ । ଆଉ ବାହାଘର ଆୟୋଜନ ପରେ କିଛି ଏମିତି ଢଙ୍ଗରେ ବେଦୀରେ ସୌମ୍ୟ ଓ ଶୁଭଶ୍ରୀଙ୍କ ମଧ୍ୟରେ ପଡିଲା ହାତଗଣ୍ଠି ।

ଆପଣ ଜାଣି ଖୁସି ହେବେ ନବଦମ୍ପତ୍ତି ଉଭୟେ ଏବେ ରୋଜଗାର କରୁଛନ୍ତି । ଆଉ ଆଗକୁ ବି ବେଶ୍‌ ଖୁସିରେ ରହିବେ ବୋଲି କହୁଛନ୍ତି । ସେପଟେ ପରିବାର ଲୋକେ କହିଛନ୍ତି, ଉଭୟେ ଦିବ୍ୟାଙ୍ଗ ହୋଇଥିବାରୁ ସଂସାର ରଥ ବହୁତ ଭଲରେ ଗଡିବ । ଆମେ ଅନେକ ସମୟରେ ଦେଖିଛନ୍ତି ବିବାହ ହେବା ପରେ ବି ଅନେକ ସମସ୍ୟା ସୃଷ୍ଟି ହେଉଛି । ହେଲେ ସୌମ୍ୟ ଓ ଶୁଭଶ୍ରୀ ବାହା ହୋଇ ସମାଜକୁ ଏକ ନୂଆ ବାର୍ତ୍ତା ଦେଇଛନ୍ତି ।

  • Reported by:
  • Niranjan Behera