Advertisment

ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
Sudan Returnee

Sudan Returnee

ଅଶାନ୍ତ ସୁଦାନରୁ ବାଲେଶ୍ବର ବାହାନଗା ବ୍ଳକର ପଣପଣା ଗାଁ। ୧୫ ଦିନର ସଂଘର୍ଷ ପରେ ଜନ୍ମମାଟିରେ ପହଁଚିଛନ୍ତି ଶିବ ପ୍ରସାଦ। ଗୃହଯୁଦ୍ଧରୁ ବାହାରି କଲେ ଗୃହ ପ୍ରବେଶ। ନିଜେ ଯେତିକି ଖୁସି, ତାଠୁ କାହିଁ କେତେ ଗୁଣରେ ଆଶ୍ବସ୍ତ ପୁରା ପରିବାର। ସୁଦାନରେ ଘନ ଘନ ଗୁଳିବର୍ଷା, ଗୋଳାବାରୁଦ ଓ ରକେଟ୍ ମାଡରୁ ଜୀବନ ବଂଚାଇ ସୁରକ୍ଷିତ ଘରେ ପହଁଚିଛନ୍ତି, ମରଣ ମୁହଁରୁ ପୁନର୍ଜନ୍ମ ପାଇଛନ୍ତି।

Advertisment

ସେମିତି ସୋରର ଆଉ ଜଣେ ଯୁଦ୍ଧତ୍ରସ୍ତ ସୁଦାନରୁ ଘରକୁ ଫେରିଥିବା ଆଉ ଜଣେ ଓଡ଼ିଆ ବସନ୍ତ କୁମାର ମିଶ୍ର। ୮ ବର୍ଷ ହେବ ସୁଦାନରେ ରହି ଏକ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲେ। ହେଲେ ଗତ ୧୪ ତାରିଖରୁ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଘମାଘୋଟ ସଂଘର୍ଷ ପରେ ଅସହ୍ୟ ହୋଇପଡିଥିଲା ସେଠାରେ ରହିବା। ଏଇ ୧୫ ଦିନ ଭିତରେ ତାଙ୍କ ସହ କଣ ଘଟିଛି, ବଖାଣିଛନ୍ତି ଆତଙ୍କର ଅଙ୍ଗେଲିଭା କଥା।

ସେମିତି ବିପଦ ମୁହଁରୁ ବାପା-ମାଆଙ୍କ ପାଖକୁ ଫେରି ବେଶ୍ ଆଶ୍ୱସ୍ତ ଗଞ୍ଜାମ ଖଲ୍ଲିକୋଟ ତୋଟା ଗାଁର ପବିତ୍ର ମୋହନ। ୮ ମାସ ତଳେ ସୁଦାନ ଯାଇଥିଲେ। ଷ୍ଟିଲ କମ୍ପାନୀରେ କାମ କରି ଘରକୁ ପଇସା ବି ପଠାଉଥିଲେ। ହେଲେ ଗୃହଯୁଦ୍ଧ ସ୍ଥିତି ପରେ ସବୁ ବଦଳି ଯାଇଥିଲା। ଏପଟେ ପରିବାର ଅନାଇ ବସିଥିଲେ, କେତେବେଳେ ଘରକୁ ଫେରିବ ପୁଅ।

Advertisment

ସେହିପରି ଜଗତସିଂହପୁରର ସୁଧୀର ସ୍ବାଇଁ ଓ କେଦାର କୁମାର ନାଏକ ଏବଂ ଭଦ୍ରକର ଅମର କୁମାର ବଳ ମଧ୍ୟ ଆଜି ଓଡ଼ିଶାରେ ପହଁଚିଛନ୍ତି। କେନ୍ଦ୍ର ସରକାରଙ୍କ
ଅପରେସନ୍ 'କାବେରୀ' ଜରିଆରେ ସୁଦାନରୁ ସୁରକ୍ଷିତ ଭାବେ ଭୁବନେଶ୍ବର ଫେରିଛନ୍ତି ମୋଟ ୬ ଜଣ ଓଡ଼ିଆ। ଦୁଇ ସପ୍ତାହର ଭୟ ଓ ଆତଙ୍କରୁ ମୁକ୍ତି ମିଳିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତେ।

ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି। ସେଠାରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଉଛି। ୩୯୨ ଜଣିଆ ଆଉ ଏକ ବ୍ୟାଚ୍‌କୁ ଧରି ବାୟୁସେନାର ଗ୍ଲୋବମାଷ୍ଟର ବିମାନ ଆଜି ନୂଆଦିଲ୍ଲୀରେ ପହଞ୍ଚିଛି।

Sudan
Advertisment
Advertisment