Advertisment

ସରକାରଙ୍କୁ ସଂକ୍ରମଣ ଚିନ୍ତା : ହସ୍ପିଟାଲକୁ ନୋ ମାସ୍କ, ନୋ ଏଣ୍ଟ୍ରି

ଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

mask

ସରକାରଙ୍କୁ ପୁଣି ଘାରିଲା କୋଭିଡ୍ ସଂକ୍ରମଣ ଚିନ୍ତା । ସ୍ୱାସ୍ଥ୍ୟାନୁଷ୍ଠାନରେ ବାଧ୍ୟତାମୂଳକ ହେଲା ମାସ୍କ । ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ। ସେପଟେ ଆଶ୍ୱସ୍ତିର କଥା ହେଲା, ଦୈନିକ କୋଭିଡ୍ ସଂକ୍ରମଣ ଟ୍ରେଣ୍ଡ ଗତ ୨୩ ତାରିଖରେ ୫୦୦ ଟପିବା ପରେ ଏବେ ଏହା ତଳମୁହାଁ ହୋଇଛି। ତେବେ ସମସ୍ତଙ୍କୁ ଆଉ କିଛି ଦିନ ଜଗିରଖି ଚଳିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।....

Advertisment

କ୍ୟାପିଟାଲ୍ ହସ୍ପିଟାଲ, ବାଲେଶ୍ୱର FM ମେଡିକାଲ କଲେଜ୍, ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ . . . ସବୁଠି ଏବେ ନୋ ମାସ୍କ, ନୋ ଏଣ୍ଟ୍ରି । ଡାକ୍ତରଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲର ନର୍ସ, ୱାର୍ଡ ବଏ ଏବଂ ଅନ୍ୟାନ୍ୟ କର୍ମଚାରୀ.. ସମସ୍ତଙ୍କ ମୁହଁରେ ମାସ୍କ। କେବଳ ହସ୍ପିଟାଲକୁ ଆସୁଥିବା କିଛି ରୋଗୀଙ୍କୁ ଛାଡିଦେଲେ ବାକି ପ୍ରାୟ ସମସ୍ତ ମାସ୍କ ପିନ୍ଧିଛନ୍ତି । ସ୍ୱାସ୍ଥ୍ୟା ଅନୁଷ୍ଠାନ ଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସବୁ ସିଡିଏମ୍ଓ ଏବଂ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଥିଲା । ପ୍ରାଥମିକ ଭାବରେ ହସ୍ପିଟାଲ୍ କର୍ମଚାରୀ ମାସ୍କ ପିନ୍ଧିଥିବା ବେଳେ ଆଗକୁ ରୋଗୀମାନଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯିବ ବୋଲି କହିଛନ୍ତି ହସ୍ପାଟାଲ କର୍ତ୍ତୃପକ୍ଷ।

Advertisment

ପ୍ରାୟ ସପ୍ତାହେ ଧରି ରାଜ୍ୟରେ କରୋନା ଟ୍ରେଣ୍ଡ ଉପରମୁହାଁ ହେବାପରେ ଦୁଇଦିନ ହେଲା ଏହା ଧିରେ ଧିରେ କମିବା ଆରମ୍ଭ କରିଛି । ଗତ ୧୮ ତାରିଖରେ ୨୬୯ ନୂଆ ପଜିଟିଭ୍କେସ୍ ଚିହ୍ନଟ ହୋଇଥିବା ବେଳେ ୨୩ ଏପ୍ରିଲରେ ଏହା ୫୦୨ ହୋଇଥିଲା । ତେବେ ଗତକାଲି ୩୮୨ ଓ ଆଜି ୩୯୩ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ ଟ୍ରେଣ୍ଡ ଏବେ ସ୍ଥିର ରହିଛି । ନିଜର ୱାର୍କ ଫୋର୍ସକୁ କରୋନା କବଳରୁ ସୁରକ୍ଷିତ ରଖିବାକୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ସେ କହିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ୩ ହଜାର ୮୬ ଆକ୍ଟିଭ କେସ୍ ରହିଥିବା ବେଳେ ମାତ୍ର ୨ ପ୍ରତିଶତ ଆକ୍ରାନ୍ତ ହିଁ ହସପିଟାଲରେ ଭର୍ତ୍ତି ହେଉଛନ୍ତି।...

Coronavirus COVID-19
Advertisment
Advertisment