Advertisment

ରାତି ଅଧରେ କରେଣ୍ଟ ବିନା କଲବଲ ଜନଜୀବନ : ଘଡ଼ିଏ ଘର ଭିତରେ ତ, ଆର ଘଡ଼ିକ ବାହାରେ

ଭୁବନେଶ୍ୱରରୁ ବାଲେଶ୍ୱର ଯାଏଁ ବିଜୁଳି ଯନ୍ତ୍ରଣାର ଦୟନୀୟ ଚିତ୍ର । ଗ୍ରାହକଙ୍କ ମୁଣ୍ଡକୁ ଦୋଷ ଠେଲିଲେ ଟିପିସିଓଡିଏଲ୍ ଅଧିକାରୀ । ଅଧିକ ଏସି ବ୍ୟବହାରରୁ ହେଉଛି ସମସ୍ୟା- TPCODL କର୍ତ୍ତୃପକ୍ଷ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Power Cuts

ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଜୁଳି କାଟ୍ । ରାତି ଅଧରେ କରେଣ୍ଟ ବିନା କଲବଲ ଜନ ଜୀବନ । ଘଡ଼ିଏ ଘର ଭିତରେ ତ, ଆର ଘଡ଼ିକ ଘର ବାହାରେ । ହାତରେ ବିଞ୍ଚଣା ଆଉ ଗାମୁଛା ଧରି ଲୋକେ ରାହା ଖୋଜୁଛନ୍ତି । ଏପରିଦୃଶ୍ୟ କେଉଁ ଉପାନ୍ତ କି ଅବେହଳିତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

Advertisment

ଗଲା କିଛି ଦିନ ରାଜ୍ୟରେ ଅସହ୍ୟ ଗ୍ରୀଷ୍ଣ ପ୍ରବାହ ଲାଗି ରହିଥିବା ବେଳେ, ସେ କଷ୍ଟକୁ ବୋଝ ଉପରେ ନଳିତା ବିଡ଼ାସଦୃଶ କରିଛି ବିଜୁଳି ବିଭାଗର ଏ ଅଘୋଷିତ ବିଜୁଳି କାଟ। ଭୁବନେଶ୍ୱର ମହାନଗର ନିଗମର ୧ ନମ୍ବର ୱାର୍ଡରେ ଗଲା କିଛି ଦିନ ରାତିରେ ଘନ ଘନ ବିଜୁଳି କାଟ୍ ଅଭିଯୋଗ ପରେ କାଲି ରାତିରେ ସ୍ଥିତି ପରଖିଥିଲା ଓଟିଭି । ଆଉ ରାତି ୧୨ଟାରୁ ୩ଟା ଭିତରର ଶ୍ୟ। କରେଣ୍ଟର ଲୁଚକାଳି ଖେଳ ଭିତରେ ଆକ୍ତାମାକ୍ତ ହୋଇପଡୁଥିଲେ ସାରା ପ୍ରଶାନ୍ତି ବିହାର ବାସିନ୍ଦା। କାହା ଘରେ ଗୁରୁତର ରୋଗୀ, ତ ଆଉ କାହାଘରେ ବୟସ୍କ ବୃଦ୍ଧ-ବୃଦ୍ଧା।

Advertisment

ପ୍ରଚଣ୍ଡ ଗୁଳୁଗୁଳି ଭିତରେ କିନ୍ତୁ ରାତି ସାରା ବାରମ୍ବାର ଲାଇନ୍ ଯିବା ଆସିବା କରିବା ଭିତରେ ସନ୍ତୁଳି ହୋଇଯାଉଥିଲେ ଏମାନେ। ସେପଟେ ବାରମ୍ବାର ବିଦ୍ୟୁତ୍ କାଟର କାରଣ ପଚାରିଲେ ଅଧିକାରୀଙ୍କ ଉତ୍ତର ଥିଲା, ଏହା ପାୱାର କଟ୍ ନୁହେଁ। ଲୋକେ ବିଦ୍ୟୁତ୍ ବିଭଗକୁ ନ ଜଣାଇ ଅଧିକ ଏସି ବ୍ୟବହାର କରୁଥିବାରୁ ଏଭଳି ସମସ୍ୟା ଉପୁଜୁଛି।

ଖାଲି ରାଜଧାନୀ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଘନ ଘନ ଅଘୋଷିତ ବିଦ୍ୟୁତ୍ କାଟର ପୁଳା ପୁଳା ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ବିଜୁଳି କାଟ ଯୋଗୁଁ ଗରମରେ ହସ୍ପିଟାଲ ବେଡ୍ ରେ ନରହି ଗଛମୂଳେ ବସିବାକୁ ପସନ୍ଦ କରୁଛନ୍ତି ରୋଗୀ ଓ ସମ୍ପର୍କୀୟ । ଉଦଳା ବ୍ଲକ୍ ଗୋଧିମରା ଗାଁର କଥା କହିଲେ ନସରେ । ଏ ଗାଁରେ ପ୍ରତିଦିନ ୨-୩ ଘଣ୍ଟା ବିଜୁଳି କାଟ ହେଉଛି। ଆଉ ଲୋ-ଭୋଲଟେଜ୍ ସମସ୍ୟା ପାଇଁ ବ୍ୟାଘାତ ହେଉଛି ପିଲାଙ୍କ ପାଠପଢ଼ା । ବିଦ୍ୟୁତ୍ କାଟ ଦହଗଞ୍ଜର ଚିତ୍ର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ଏଠି ବି ଘନଘନ ବିଜୁଳି କାଟ ସାଙ୍ଗକୁ ଲୋ ଭୋଲଟେଜ୍ ସମସ୍ୟା ପାଇଁ ହୀନସ୍ଥା ଭୋଗୁଛନ୍ତି ଲୋକେ।

Power Cuts
Advertisment
Advertisment