Advertisment

ନିଆରା ଶିକ୍ଷକ ଗଣେଶ ସାର୍: ସ୍କୁଲ ସାରି ପିଲାଙ୍କୁ ମାଗଣାରେ ପଢ଼ାନ୍ତି ପାଠ

ଖାଲି ବାଲେଶ୍ବର ନୁହେଁ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଆଦିବାସୀ ଗାଁକୁ ବି ଦ୍ବିତୀୟ କର୍ମକ୍ଷେତ୍ର ଭାବେ ବାଛିଛନ୍ତି ଶିକ୍ଷକ ଗଣେଶ ଜେନା। ଯାହାକୁ ଅଭିଭାବକମାନେ ବି ବେଶ୍ ପ୍ରଶଂସା କରୁଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Balasore News

teachers teaches students for free

ସିଏ ଶିକ୍ଷକ। ସ୍କୁଲରେ ଶିକ୍ଷାଦାନ ପାଇଁ ଦରମା ନିଅନ୍ତି, ସ୍କୁଲ ସରିଗଲେ ଗାଁ ଗାଁ ବୁଲି ମାଗଣାରେ ଗରିବ ପିଲାଙ୍କୁ ପାଠ ପଢ଼ାନ୍ତି। ବାଲେଶ୍ବର ଜିଲ୍ଲା କୁଳଢିଆର
ଗଣେଶ ସାରଙ୍କ ବର୍ଣ୍ଣବୋଧ ପାଠଶାଳାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏମିତି ଢଙ୍ଗରେ ପଢ଼ାଇବେ କ୍ଷଣିକରେ ପିଲାର ପାଠ ମନେ ରହିବ। ଗୀତ ଗାଇ ପାଠ ଶିଖାଇଲେ କେମିତି ବା ତାକୁ ଭୁଲିହେବ।

Advertisment

ଏମିତି ଜଣେ ଶିକ୍ଷକ, ହେଲେ ଅନ୍ୟ ମାନଙ୍କଠୁ ଟିକେ ଅଲଗା। ବସ୍ତା ବ୍ଲକର କୁଳଢିଆ ପ୍ରାଥମିକ ସ୍କୁଲର ଶିକ୍ଷକ ଗଣେଶ ଜେନା। ଦିନରେ ସିନା ବିଦ୍ୟାଳୟରେ ପିଲାଙ୍କ ସହ ଶିକ୍ଷାଦାନରେ ସମୟ କଟିଯାଏ, ହେଲେ ସ୍କୁଲ ଛୁଟି ପରେ, ସିଧା ଗାଡ଼ି ଧରି ଗରିବ ଗୁରୁବା ପିଲାଙ୍କ ଘରେ ପହଞ୍ଚିଯାନ୍ତି ଗଣେଶ ସାର୍। ତାଙ୍କ ଗାଡ଼ି 
ଶବ୍ଦ ଶୁଣି ପିଲାଏ ବି ବହି ବସ୍ତାନୀ ଧରି ପିଲାଏ ତାଙ୍କ ପାଖରୁ ଶ୍ରଦ୍ଧାରେ ଧାଇଁ ଆସନ୍ତି।

ନୁଆଁଣିଆ ଚାଳ ଛପର ଘରେ ନିଇତି ଏମିତି ଚାଲେ ଗଣେଶ ସାରଙ୍କ ବର୍ଣ୍ଣବୋଧ ପାଠଶାଳା। ମାଟି ଉପରେ ମଶିଣା ପକାଇ ପିଲାଙ୍କୁ ସାର୍ ଶିଖାନ୍ତି ଓଡ଼ିଆ ଗୀତ, ଗୀତର ତାଳେ ତାଳେ ଗଣିତ ଶିଖା ବି ହୁଏ। ଖାଲି ବାଲେଶ୍ବର ନୁହେଁ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ଆଦିବାସୀ ଗାଁକୁ ବି ଦ୍ବିତୀୟ କର୍ମକ୍ଷେତ୍ର ଭାବେ ବାଛିଛନ୍ତି ଶିକ୍ଷକ ଗଣେଶ ଜେନା। ଯାହାକୁ ଅଭିଭାବକମାନେ ବି ବେଶ୍ ପ୍ରଶଂସା କରୁଛନ୍ତି। ଗରିବ ପିଲାଙ୍କ ଜୀବନରେ ଶିକ୍ଷାର ଆଲୋକ ବାଣ୍ଟିବାକୁ ଗଣେଶ ସାରଙ୍କ ଏ ଉଦ୍ୟମକୁ ଏବେ ମିଳୁଛି ସବୁ ମହଲରୁ ପ୍ରଶଂସା।

Advertisment
Students Teachers
Advertisment
Advertisment