• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜଙ୍ଗଲ ଭିତରେ ତିଆରି ଚାଲିଛି ବସା । କିଏ ମାଟି ପାତ୍ର ବାନ୍ଧିବାରେ ବ୍ୟସ୍ତ, ତ ଆଉ କିଏ ପାତ୍ରରେ ପାଣି ଢାଳି ଦେଉଛି । ଜଙ୍ଗଲ ଭିତରେ ପକ୍ଷୀଙ୍କ ଲାଗି ଚାଲିଛି ସ୍ୱତନ୍ତ୍ର ବ୍ୟବସ୍ଥା । ବାଲେଶ୍ଵର ଜିଲ୍ଲାର ସୀମାନ୍ତବର୍ତ୍ତୀ ରାଇବଣିଆ ଥାନା ଖୁଣ୍ଟା ଜଙ୍ଗଲ ଭିତରେ ଏମିତି ଚାଲିଛି କାମ । ସ୍ଵେଚ୍ଛାସେବୀଙ୍କୁ ଘାରିଛି ପଶୁ ପକ୍ଷୀଙ୍କ ସୁରକ୍ଷା ଚିନ୍ତା ।

ସେଇଥି ଲାଗି ତ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ପାନୀୟ ଓ ରହିବା ପାଇଁ ବସା ବ୍ୟବସ୍ଥା ହେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଧନ ଜୀବନ । ଖରା ବଢିବା ଯୋଗୁଁ ଜଙ୍ଗଲରେ ପାଣିର ସମସ୍ୟା ବଢିଚାଲିଛି । ଗାଁ ପୋଖରୀ ମଧ୍ୟ ଶୁଖିବାରେ ଲାଗିଛି । ଜଙ୍ଗଲ କାଟି, କଂକ୍ରିଟ ସହର ତିଆରି କରିବାରେ ମଣିଷ ବ୍ୟସ୍ତ ଥିବାବେଳେ ପଶୁ ପକ୍ଷୀଙ୍କ କଥା ପଚାରେ କିଏ ? ମଣିଷ ସିନା ମୁହଁ ଖୋଲି ମାଗି ପାରୁଛି ହେଲେ କଥା କହି ପାରୁନଥିବା ନିରୀହ ପ୍ରାଣୀଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ।

ଜଙ୍ଗଲ ଭିତରକୁ ଯାଇ ନୀରିହ ପଶୁପକ୍ଷୀଙ୍କ ସୁରକ୍ଷାରେ ଲାଗିପଡିଛନ୍ତି ହେଲ୍ପ ଫର୍ ୟୁ ଫାଉଣ୍ଡେସନର ସଦସ୍ୟ । ଖରାଦିନେ ଟୋପାଏ ପାଣି ପାଇଁ ଜୀବଜନ୍ତୁ ଜୁଝି ହେଉଛନ୍ତି । ଏଭଳି ସମୟରେ ନିରୀହ ପଶୁ ପକ୍ଷୀଙ୍କ ଶୋଷ ମେଣ୍ଟାଇବାକୁ ଜଙ୍ଗଲକୁ ଯାଇ ବ୍ୟବସ୍ଥା କରିଛନ୍ତି ସ୍ୱେଚ୍ଛାସେବୀ । ଛାତ ଉପରେ ପାତ୍ରରେ ପାଣି ରଖିବାକୁ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି । ପାଣି ଅଭାବରୁ ନିରୀହ ପଶୁ ପକ୍ଷୀଙ୍କ ଯେପରି ମୃତ୍ୟୁ ନ ହୁଏ, ସେନେଇ ଯତ୍ନବାନ ହେବାକୁ କୁହାଯାଇଛି । ଜୀବଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ ଆଉ ପ୍ରକୃତି ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ବୋଲି ସଂଗଠନ ପକ୍ଷରୁ ବାର୍ତ୍ତା ଦିଆଯାଇଛି ।

 

  • Reported by:
  • Ajit Das