ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି। ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି।
ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ୟ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।
ସୁଦାନରେ ‘ଅପରେସନ କାବେରୀ’କୁ ଜୋରଦାର କରାଯାଇଛି। ୩ୟ ପର୍ଯ୍ୟାୟରେ ସୁଦାନରେ ଫସିଥିବା ୧୩୫ ଭାରତୀୟ ଉଦ୍ଧାର ହୋଇଛନ୍ତି।
ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି।
ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ‘କାବେରୀ’ ଆରମ୍ଭ ହୋଇଛି। ଏହି ଅପରେସନରେ ସୁଦାନରେ ଫସିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ।
ଚିନ୍ତାର କଥା ଯେ- ସୁଦାନରେ ଫସିଛନ୍ତି ୪ହଜାର ଭାରତୀୟ
ଗୋଟିଏ ପଟେ ସେନାଧ୍ୟକ୍ଷ ଅବଦେଲ ଫତହ ବୁରହାନ୍(Abdel Fattah Burhan ) ଆରପଟେ RSF ମୁଖ୍ୟ ମହମ୍ମଦ ହମଦାନ୍ ଡଗାଲୋ (Mohamed Hamdan Dagalo) ।
ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେହି ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ କରାଯାଇଛି । ସେମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ ଏବଂ ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଅପିଲ୍ କରିଛି ଦୂତାବାସ