/odishatv-khabar/media/post_attachments/uploadimage/library/16_9/16_9_0/murder_1683446583.jpg)
murder
ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଲା ସ୍ୱାମୀ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଥାନା ଅନ୍ତର୍ଗତ ପାଳସିଆ ଗାଁରେ ଘଟିଛି ଏଭଳି ଅଭାବନିୟ ଘଟଣା । ମୃତ ମହିଳା ଜଣଙ୍କ ହେଲେ ମାମା ଦାସ । ତେବେ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ଅଖାରେ ଭର୍ତ୍ତି କରି ଫୋପାଡିବାକୁ ନେଉଥିବା ବେଳେ ମୃତକଙ୍କ ବାପଘର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ଆଉ ସେମାନଙ୍କୁ ଦେଖି ବେଳକୁ ଅଖା ବସ୍ତାରେରେ ଭର୍ତ୍ତି ଶବ ଖଣ୍ଡକୁ ପକାଇ ଦେଇ ଶାଶୁଘର ଲୋକେ ଫେରାର ହୋଇ ଯାଇଥିଲେ ।
ସୂଚନା ଅନୁସାରେ, ମୃତ ମହିଳା ଜଣକ ୧୦ ବର୍ଷ ପୂର୍ବେ ପ୍ରଦିପ ଦାସଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ଅଧିକାଂଶ ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ବିଭିନ୍ନ ସମୟରେ ତାଙ୍କୁ ଶାଶୁଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ହେଲେ ଗତକାଲି କୌଣସି କଥାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ଆଉ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ପ୍ରଦୀପ ମାମାଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲେ । ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ପରେ ଏହାକୁ ଦୁର୍ଘଟଣାର ରୂପ ଦେବାପାଇଁ ଶବକୁ ଖଣ୍ଡ ଖଣ୍ଡ କରିବା ପରେ ଅଖାରେ ଭର୍ତ୍ତି କରି ଟ୍ରେନ ଲାଇନକୁ ଫୋପାଡିବାକୁ ବାହାରିଥିଲା ଅଭିଯୁକ୍ତ । ହେଲେ ସେହି ସମୟରେ ବାପଘର ଲୋକେ ପହଞ୍ଚିବାରୁ ସ୍ୱାମୀ, ଶ୍ୱଶୁରଙ୍କ ସମେତ ବାପ ଘର ଲୋକେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।
ବାପଘର ଲୋକେ ଏନେଇ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶାଶୂ ଏବଂ ଦିଅରଙ୍କୁ ଥାନାରେ ଅଟକ ରଖିବା ସହ ମୃତ ଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ମୃତ ମହିଳାଙ୍କର ଜଣେ ୬ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ଅଛି । ତେବେ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବାପଘର ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)