• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହସ, ଏକ ମହୌଷଧୀ । ଜୀବନ ଜିଇଁବାର କଳା, ବଂଚି ରହିବାର ମାଧ୍ୟମ । ଆଜିର ବ୍ୟସ୍ତ ବହୁଳ ଓ ଅବସାଦଗ୍ରସ୍ତ ଦୁନିଆରେ ମଣିଷ ଯେପରି ମନଖୋଲି ହସିବାକୁ ଭୁଲିଗଲାଣି । ବିଶ୍ୱ ହସ ଦିବସରେ ଜାଣିବା ହସ ଆମ ଶରୀର ପାଇଁ କେତେ ଗୁରୁତ୍ୱ ରଖୁଛି ।

କାହାକୁ ୬୦ ଡେଇଁଲାଣି ତ କାହାକୁ ୭୦.. କିଏ କିଏ ତ ୮୦ ପାଖାପାଖି ପହଞ୍ଚିଲେଣି । ହେଲେ ଏଇ ବୟସରେ ବି ସେମାନେ ଯୁବକ ସ୍ୱଭାବର । ରାତି ପାହିବା ମାତ୍ରେ ସମସ୍ତେ ହୋଇଯାଆନ୍ତି ଏକାଠି । ପ୍ରଥମେ କିଛି ସମୟ ବ୍ୟାୟାମ, ଆଉ ତାପରେ ଆରମ୍ଭ ହୋଇଯାଏ ହସିବା । କିଏ, କେମିତି, କେତେ ଜୋରରେ ହସିବ, ଚାଲେ ପ୍ରତିଯୋଗୀତା । ଖିଲି ଖିଲି ନନଷ୍ଟପ ହସ । ସମସ୍ତେ ବ୍ରହ୍ମପୁର ଅର୍ଜୁନ ହସ କ୍ଲବର ସଦସ୍ୟ । ୨୨ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି କ୍ଲବରେ ରହିଛନ୍ତି ସବୁ ବର୍ଗ, ସବୁ ବୟସର ଲୋକ ।

କୋରାପୁଟ ହସ ଆମ୍ବିଆନ୍ସ.. ଏଠି ବି ସକାଳୁ ସକାଳୁ ମନଖୋଲା ହସ । ଦୁଃଖ, ଅବସାଦ ଦୂର କରିବାକୁ ହସର ସହାୟତା ନେଇଛନ୍ତି କୋରାପୁଟ ହେଲଥ କ୍ଲବର ସଦସ୍ୟ । ହସି ହସି ବ୍ୟାୟାମ ଆଉ ତାପରେ ଖାଲି ହସ । ହାତ ଉପରକୁ ଉଠାଇ ବତିଶି ଦେଖାଇ ଜମେ ହସର ଆସର । ବୟସ୍କ, ମହିଳା, ଯୁବକ ସମସ୍ତେ ସାମିଲ ହୋଇଯାଆନ୍ତି ହସର ଏହି କ୍ଲାସରେ । ହସ ଆସୁ କି ନଆସୁ ହସିବା କିନ୍ତୁ ନିଶ୍ଚିତ । ଅନ୍ୟର ବିକଟାଳ ହସରେ ନହସି ରହିବି ହେବନି । ସେଥିପାଇଁ ତ ହସି ହସି ଏମାନେ ଗଢିଛନ୍ତି ସମ୍ପର୍କ । ସେପଟେ ବାଲେଶ୍ୱରର ହସ ପରିବାର।

କଂସ ହସ.. ହସ ପାଇଁ ବିଶ୍ୱ ପ୍ରସିଦ୍ଧ, ବରଗଡ ଧନୁଯାତ୍ରାର ମହାରାଜ କଂସ ହୃଷିକେଶ ଭୋଇ । ହସିଛନ୍ତି ନବରସ ହସ । ଆମ୍ବିଆନ୍ସ.. କଂସ ମହାରାଜଙ୍କ ଶୈଳୀରେ ଅଟ୍ଟହାସ୍ୟ । ବିଶ୍ୱ ହସ ଦିବସରେ ନିଜେ ହସି ଅନ୍ୟକୁ ହସାଇବାକୁ ଦେଇଛନ୍ତି ପରାମର୍ଶ ।

ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ । ହସ ମଣିଷକୁ ନିରୋଗୀ ରଖିଥାଏ । ହୃତପିଣ୍ଡକୁ ସୁସ୍ଥ ରଖେ, ରୋଗ ପ୍ରତିରୋଧକ ଶକ୍ତି ବଢାଏ । ସୁସ୍ଥତା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରାଏ ହସ ।ଶରୀରରେ ରୋଗ ବିନାଶକାରୀ ଔଷଧଠାରୁ ବି ଅଧିକ ଉପକାରୀ ହସ । ତେଣୁ ବର୍ଷକ ବାରମାସ, ୩୬୫ ଦିନ ହସିବା ଜରୁରୀ ।