Advertisment

ବାପାଙ୍କ ନାଁ ସ୍ଥାନରେ ଶ୍ୱଶୁରଙ୍କ ନାଁ, ନୋମିନେସନ୍‌ ବେଳେ ନକଲି ସାର୍ଟିଫିକେଟ ଦେଲେ ସରପଞ୍ଚ...

ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍‌ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bolangir Fake Certificate

Bolangir Sarpanch produces fake certificate during nomination

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାରେ ମିଳୁଛି ନୂଆ ନୂଆ ତଥ୍ୟ। ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କ ଠାରୁ ଅନେକ ତଥ୍ୟ ମିଳିଥିବା ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତଥ୍ୟ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର। ରିମାଣ୍ଡରୁ ବହୁତ ତଥ୍ୟ ମିଳିଥିବା ସେ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଶିକ୍ଷକ ବି ନକଲି ! ପିଲାଙ୍କ ଭବିଷ୍ୟତ ଅନ୍ଧାର . .

ଅନ୍ୟପକ୍ଷେ, ଆଜି ବଲାଙ୍ଗିର ରୁ ମଧ୍ୟ ଜାଲ୍‌ ସାର୍ଟିଫିକେଟ୍ ଚେର ଖୋଜୁ ଖୋଜୁ ସାଂଘାତିକ ତଥ୍ୟ ମିଳିଛି। ଡାକଘରୁ ଆରମ୍ଭ ହୋଇଥିବା ଜାଲ୍‌ ସାର୍ଟିଫିକେଟର ଚେର ସମବାୟ, ଶିକ୍ଷା ବିଭାଗ ଦେଇ ରାଜନୀତିରେ ମଧ୍ୟ ପଶିଥିବା ଜଣାପଡ଼ିଛି। ପେକ୍ସ ସମ୍ପାଦକ, ନକଲି ଶିକ୍ଷକଙ୍କ ପରେ ଏବେ ନେତା ବି ନକଲି ବାହାରିଛନ୍ତି | ସଇଁତଳା ‌ଅଞ୍ଚଳ ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍‌ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।

ଏହାସହ ବାପାଙ୍କ ନାଁ ସ୍ଥାନରେ ଯୁଗଲାଲ ନିଜ ଶ୍ୱଶୁରଙ୍କ ନାଁ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏପରି ଖୁଲାସା ହୋଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗକାରୀ କହିଛନ୍ତି। 

Advertisment
Fake Certificate Fake Certificate Racket
Advertisment
Advertisment