• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ଜାଗାରେ ଫେକ୍ ସାର୍ଟିଫିକେଟ ଘଟଣା ଏବେ ନୂଆମୋଡ ନେଇଛି । କ୍ରାଇମବ୍ରାଞ୍ଚ ତଦନ୍ତ କାଳରେ ସାଂଘାତିକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଫେକ୍ ସାର୍ଟିଫିକେଟ ରାକେଟରେ ୟୁପି ବୋର୍ଡ କର୍ମଚାରୀଙ୍କ ହାତ ରହିଥିବା ସୂଚନା ମିଳିଥିବାବେଳେ ତଦନ୍ତ କାଳରେ ସୁରାକ ପାଇ ଉତ୍ତର ପ୍ରଦେଶ ଯାଇଥିଲା କ୍ରାଇମବ୍ରାଞ୍ଚ ।

ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ମଧ୍ୟ ରହିଥିଲା । ଉଭୟଙ୍କ ସଲାସୁତୁରାରେ ଫେକ୍ ସାର୍ଟିଫିକେଟ ରାକେଟ ଚାଲିଥିଲା । ଅଧିକ ତଦନ୍ତ ଓ ସଂପୃକ୍ତ କର୍ମଚାରୀଙ୍କୁ ଠାବ ପାଇଁ ପୁଣି ୟୁପି ଯିବ କ୍ରାଇମବ୍ରାଞ୍ଚ ।

ପୂର୍ବରୁ ରାଜ୍ୟରେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା କିଛି ସରକାରୀ କର୍ମଚାରୀ ଧରାପଡ଼ିଥିଲେ । ଡାକ ବିଭାଗରୁ ଶିକ୍ଷା ବିଭାଗ ଯାଏଁ ଲମ୍ବିଥିଲା ନକଲି ସାର୍ଟିଫିକେଟ୍ ଚେର । ରାଜ୍ୟବ୍ୟାପି କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲା ଡାକ ବିଭାଗ । ଏପରିକି ଶିକ୍ଷା ବିଭାଗରେ ବି ହୋଇଥିଲା ତନାଘନା ।

ଏସବୁ ଭିତରେ ବଲାଙ୍ଗିରସମ୍ବଲପୁର ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଆଗକୁ ଆହୁରି ଦଲାଲଙ୍କ ସହ ସରକାରୀ କର୍ମଚାରୀଙ୍କ ଚେହେରା ପଦାକୁ ଆସିବ ବୋଲି କୁହାଯାଉଛି ।