• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପେଶା ଶିକ୍ଷକତା ନିଶା କିନ୍ତୁ କିଛି ଅଲଗା । ସ୍କୁଲରେ ସଂସ୍କୃତ ଓ ସାହିତ୍ୟ ପଢାଉଥିବା ବେଳେ ଛାତ୍ରୀଙ୍କୁ ଭଲପାଇ ବସିଲେ । ଖାଲି ଭଲପାଇଲେ ତାହା ନୁହେଁ ବରଂ ତାଙ୍କୁ ମିଛ ପ୍ରତିଶ୍ରୁତି ଦେବାକୁ ପଛାଇଲେନି । ଏମିତିକି MBD ବହି କିଣି ଦେବା ଲାଗି କହିଲେ । ଖାଲି ପ୍ରତିଶ୍ରୁତି ଦେଇଥିଲେ ତାହା ନୁହେଁ ବରଂ ବାଇକ୍‌ରେ ବସାଇ ବି ନେଲେ । କିନ୍ତୁ ସାର୍‌ଙ୍କ ମନରେ ଥିବା ମନ୍ଦ ଉଦ୍ଦେଶ୍ୟର ଟେର ପାଇନଥିଲେ ଛାତ୍ରୀ ଜଣକ । ସାର୍‌ଙ୍କ ସହ ଗାଡ଼ିରେ ଯାଉଥିବା ବେଳେ ନିଛାଟିଆ ରାସ୍ତା ଦେଖି ଅସଦାଚରଣ କରିବାକୁ ଉଦ୍ୟମ କଲେ । ହେଲେ ଛାତ୍ରୀ ଜଣକ ଚିତ୍କାର କରିବାରୁ ଜଙ୍ଗଲରେ ଛାଡ଼ି ଦେଇ ଫେରାର ମାରିଲେ ଶିକ୍ଷକ ଜଣକ । ଆଉ ପୂରା ଘଟଣା ଜଣାପଡ଼ିବା ପରେ ଏବେ ଗିରଫ ହେଲେ ରସିକିଆ ସାର୍‌ ।

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କଲେ ସଂସ୍କୃତ ସାର୍‌ । ଅଭିଯୋଗ ଆସିବା ପରେ ଗିରଫ ହୋଇ ଜେଲ ଗଲେ । ଗିରଫ ହୋଇଥିବା ସାର୍‌ ହେଉଛନ୍ତି ଖପ୍ରାଖୋଲ କନଗାଁର ସତ୍ୟନାରାୟଣ ନାଏକ । ଯୋଗୀମୁଣ୍ଡା ହାଇସ୍କୁଲରେ ସଂସ୍କୃତ ଆଉ ସାହିତ୍ୟ ପାଠ ପଢାଉଥିଲେ । ହେଲେ ପାଠ ପଢାଉ ପଢାଉ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ମିଛ ଜାଲରେ ଫସାଇ MBD ବହି କିଣିଦେବା ବାହାନା କରି ପାଟଣାଗଡ଼କୁ ଯିବାକୁ କହିଥିଲେ । ଏମିତିକି ନିଜ ମଟର ସାଇକେଲରେ ବସାଇ ସଂପୃକ୍ତ ଛାତ୍ରୀଙ୍କୁ ବି ଆଣିଥିଲେ ।

ଯୁଗୀମୁଣ୍ଡାରୁ ପାଟଣାଗଡ଼କୁ ପକ୍କା ରାସ୍ତା ଥିବାବେଳେ ସାର କିନ୍ତୁ ଜଙ୍ଗଲ ରାସ୍ତା ଦେଇ ପାଟଣାଗଡ଼ ଆସୁଥୁଲେ । ଏହି ରାସ୍ତାରେ ନିଛାଟିଆ ସ୍ଥାନ ଦେଖି ଛାତ୍ରୀଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ସାର୍‌ଙ୍କ କଥାରେ ଛାତ୍ରୀ ଜଣକ ରାଜି ନହେବା ସହିତ ଚିତ୍କାର କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ସାର୍‌ । ଘଟଣା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବ ପରେ ସାର୍‌ଙ୍କୁ ଗିରଫ କରିବା ସହିତ ଡାକ୍ତରୀମାଇନା କରାଇଛି ପୋଲିସ୍‌ । ଏହାସହ ବଲାଙ୍ଗୀର ପୋସ୍କୋ କୋର୍ଟକୁ ସାରଙ୍କୁ ଚାଲାଣ କରାଯାଇଥିବା ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

 

ଏବେ ନୁହେଁ ପୂର୍ବରୁ ମଧ୍ୟ ସଂପୃକ୍ତ ସାରଙ୍କ ନାଁରେ ଏମିତି ସଙ୍ଗୀନ ଅଭିଯୋଗ ଆସିଛି । ଆଉ ଏବେ ପୁଣି ଥରେ ଏମିତି ମାମଲା ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ପୂରା ଘଟଣାରେ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

(ପାଟଣାଗଡରୁ କରୁଣାକର ବୁଡେକଙ୍କ ରିପୋର୍ଟ)